Advertisment

ବେଙ୍ଗ ଏକ କଲେ ବି କାହିଁକି ଉବୁଟୁବୁ ହେଉଛି ମାଲକାନଗିରି ?

କାରଣ ସାଜିଛି NH-32ର ୭ଟି ସ୍ଥାନରେ ଥିବା ନୂଆଁଣିଆ ପୋଲ । ଡେଡଲାଇନ୍ ପରେ ବି ସରୁନି ଉଚ୍ଚ ବ୍ରିଜ୍ ନିର୍ମାଣ କାମ ।

undefined

Malkangiri Flood

Advertisment

ବର୍ଷା ଅଳ୍ପ ହେଉ କି ଅଧିକ । ମାଲକାନଗିରିରେ ବୁ଼ଡୁଛି ପୋଲ, ଭାସୁଛି ରାସ୍ତା । ଠପ୍ ହୋଇଯାଉଛି ଯୋଗାଯୋଗ, ଜୀବନଯାତ୍ରା । ହେଲେ କାହିଁକି ଏମିତି ହେଉଛି ? କାରଣ ମାଲକାନଗିିରି ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥଠାରୁ ନଦୀ ଉପରେ ଥିବା ପୋଲ ନିଚ୍ଚା ରହିଛି । ତେଣୁ ପୋଲ ଉପରେ ସବୁବେଳେ ପାଣି ପ୍ରବାହିତ ହେଉଛି । ଯାହାଫଳରେ ଯୋଗାଯୋଗ ବିଚ୍ଛିନ୍ନ ହେଉଛି ।

Advertisment

ଅନ୍ୟପଟେ ସେଇ ପାଖରେ ଦୀର୍ଘ ୩ ବର୍ଷ ହେବ ପୋଲ ନିର୍ମାଣ ଚାଲିଛି । ହେଲେ ଡେଡ୍‌ଲାଇନ୍‌ ସରିଥିଲେ ବି କାମ ସରିନି । ତେଣୁ ଲୋକେ ହନ୍ତସନ୍ତ ହେଉଛନ୍ତି । ସେହିଭଳି ସେହି ଜାତୀୟ ରାଜପଥର ଏମ୍.ଭି-୧୯ର ସ୍ଥିତି ବି ପୂରା ଏକାଭଳି। ତଳ ରାସ୍ତା ବୁଡ଼ିଛି, ଉପରେ ତିଆରି ଉଚ୍ଚା ପୋଲ ପାଇଁ ପିଲର୍ ଠିଆ ହୋଇଛି, ମାତ୍ର ଅଳ୍ପ ଛାତ ପଡ଼ିଛି।

ବେଙ୍ଗ ଏକ କଲେ ଯେମତି ବୁଡୁଛି ମାଲକାନଗିରି ରାସ୍ତା। ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଯାଉଛି ବହୁ ଗାଁ । ଦୀର୍ଘଦିନ ଧରି ଲାଗି ରହିଥିବା ଏ ସମସ୍ୟାର ସମାଧାନ ପାଇଁ ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ୭ଟି ଏବଂ ଅନ୍ୟ ନୂଆଁଣିଆ ସ୍ଥାନରେ ଦୁଇଟି ଏମିତି ମୋଟ୍ ୯ଟି ବ୍ରିଜର ନିର୍ମାଣ ଚାଲିଛି। ହେଲେ ୟା ଭିତରେ ଏମଭି-୭, ଏମଭି-୧୯, ଅମଲାଯୋଡ଼ି ଏବଂ ମହାରାଜପାଲ୍ଲୀରେ ବ୍ରିଜ୍ ପାଇଁ ଡେଡଲାଇନ୍ ସରି ଯାଇଥିଲା ବେଳେ ବାକି ସ୍ଥାନରେ ଡେଡଲାଇନ୍ ସରିବା ଉପରେ। କିନ୍ତୁ ଏଯାଏଁ ନିର୍ମାଣକାରୀ ସଂସ୍ଥା ପକ୍ଷରୁ କୌଣସି ଗୋଟିଏ ବ୍ରିଜରେ ବି ଛାତ କାମ ସଂପୂର୍ଣ୍ଣ ହୋଇନଥିବା ଅଭିଯୋଗ ହେଉଛି।

Advertisment

ତେବେ ସେହି ଅଞ୍ଚଳର ବର୍ଷା ପୂର୍ବର ଦୃଶ୍ୟ ଦେଖିଲେ ଅନୁମାନ କରିହେବ କାମର କଚ୍ଛପ ଗତିକୁ। ଏମିତିକି ଅମଲାଯୋଡ଼ି ଏବଂ ମହାରାଜପଲ୍ଲୀ ବ୍ରିଜ୍ ପାଇଁ ଜମି ଅଧିଗ୍ରହଣ କାମ ବି ସରିନି। ଯେଉଁଁଥିପାଇଁ ବାରମ୍ବାର ଦହଗଞ୍ଜ ହେଉଥିବା ଲୋକଙ୍କ ଭିତରେ ଅସନ୍ତୋଷ ତେଜୁଛି। ହେଲେ ଜିଲ୍ଲାପ୍ରଶାସନର କହିବା କଥା ମନ୍ଥର ଗତିରେ ଚାଲୁଥିବା କାମ ପାଇଁ ସଂପୃକ୍ତ ନିର୍ମାଣକାରୀ ସଂସ୍ଥାଙ୍କୁ ତାଗିଦ୍ କରାଯାଇଛି। ଖୁବ୍ ଶୀଘ୍ର ସେତୁ କାମସବୁ ସଂପୂର୍ଣ୍ଣ ହୋଇଯିବ।

Weather Update Rain Weather News Flood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ