Advertisment

ମାଘରେ ଭୀଷଣ ଗରମ; ଉଭାନ୍ ଜାଡ଼, କଲବଲ କରୁଛି ଖରା ଓ ତାତି

ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୫ ଡିଗ୍ରୀ ବଢ଼ିଥିବା ବେଳେ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୭ ଡିଗ୍ରୀ ଅଧିକ ରେକର୍ଡ ହୋଇଛି ।

ଅଦ୍ୟତନ ହୋଇଛି
Odisha Weather Update

Weather Update

Advertisment

ମାଘ ମାସରେ ଜାଡ଼ ବଦଳରେ କଲବଲ କରୁଛି ଖରା । ଫେବ୍ରୁଆରୀ ପ୍ରଥମ ସପ୍ତାହର ଖରାକୁ ଦେଖିଲେ ମୁଣ୍ଡ ବୁଲାଇ ଦେଉଛି । ଏବେ ଠାରୁ ହଠାତ୍ ଗରମ ଅନୁଭୂତ ହେଲାଣି । ଉପକୂଳରୁ ଆଭ୍ୟନ୍ତର, ସବୁଠି ଗରମରେ କଲବଲ ହେଉଛନ୍ତି ରାଜ୍ୟବାସୀ ।

Advertisment

ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୫ ଡିଗ୍ରୀ ବଢ଼ିଥିବା ବେଳେ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୭ ଡିଗ୍ରୀ ଅଧିକ ରେକର୍ଡ ହୋଇଛି । ଆହୁରି ୨ ଦିନ ଯାଏଁ ଜାରି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ଆଗାମୀ ଦୁଇ ଦିନ କୁହୁଡି ପାଇଁ କିଛି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ । ତେବେ ଆସନ୍ତା ୧୧ ତାରିଖରେ ରାଜ୍ୟର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ।

Advertisment

Weather Update Temperature
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ