Rainfall Alert: ଆହୁରି ଦୁଇ ଦିନ ବର୍ଷିବ ! ଆଜି ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଆସନ୍ତା ୨୫ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ବିଜୁଳି ଘଡଘଡି ସହ ବର୍ଷା ପାଇଁ ଆଜି ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ ।

ପାଣିପାଗ ସୂଚନା

ଆହୁରି ଦୁଇ ଦିନ ଯାଏଁ ବର୍ଷା । ଆଗାମୀ ୨ ଦିନ ଅର୍ଥାତ୍ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ କିଛି ଜିଲ୍ଲାରେ କୁଆପଥର ମାଡ଼ ହୋଇପାରେ । ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଭାଗ । 

ଅଧିକ ପଢ଼ନ୍ତୁ: ମୋ ବସ୍‌ରେ ଲାଗିଲା ନିଆଁ,ଝରକା ବାଟେ ବାହାରିଲେ ଯାତ୍ରୀ

ଆଜି ୪ ଜିଲ୍ଲା ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି  । ଏହିସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଅନ୍ୟପଟେ ଆଜି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ଥିବାରୁ ଏହି ୨ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସୋମବାର ଦିନ (ଆସନ୍ତାକାଲି) ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏହି ଦୁଇ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୨୫ରୁ ୧ ଯାଏ ପାଗ ଶୁଖିଲା ରହିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଅନ୍ୟପଟେ ଏହି ଅଦିନିଆ ବର୍ଷା ଚାଷୀକୁ କରିଛି ହତାଶ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ତୁହାକୁ ତୁହା ବର୍ଷା ହେବା ଯୋଗୁଁ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ଚାଷ ଜମିରେ ଜମି ରହିଛି ପାଣି । ଫଳରେ ଏକର ଏକର ଜମିରେ ପରିବା ଫସଲ ନଷ୍ଟ ହୋଇଛି । ବଜ୍ରପାତ ଓ କୁଆପଥର ବର୍ଷା ବିଲାତି, କୋବି, କଖାରୁ ଭଳି ବ୍ୟାପକ ପନିପରିବା ଫସଲ କ୍ଷୟକ୍ଷତି ଘଟାଇଛି । 

ଅଧିକ ପଢ଼ନ୍ତୁ: ରାଉଲକେଲାରେ ଫୁଟିଲା ଗୁଳି, ଯୁବକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି