Advertisment

୩୮ ଡିଗ୍ରୀ ଟପିଲା ପାରଦ, ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ

ରାଜ୍ୟରେ ବଢିଛି ତାପମାତ୍ରା । ୩୮ ଡିଗ୍ରୀ ଟପିଲା ପାରଦ। ଏପଟେ ଆଗାମୀ ୩ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି ।

ଅଦ୍ୟତନ ହୋଇଛି
Heat Wave In Odisha

weather

Advertisment

ରାଜ୍ୟରେ ୩୮ଡ଼ିଗ୍ରୀ ଟପିଲା ପାରଦ। ବୁଧବାର ଦିନ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୮ ଡ଼ିଗ୍ରୀ ରେକର୍ଡ କରାଯାଇଛି । ସେହିପରି ବଲାଙ୍ଗୀରରେ ୩୬.୯ ଡିଗ୍ରୀ, ଝାରସୁଗୁଡ଼ାରେ ୩୬.୮, ମାଲକାନଗିରିରେ ୩୬.୭ ଓ ଟିଟିଲାଗଡ଼ରେ ୩୬. ୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Advertisment

ଏପଟେ ଆଗାମୀ ୩ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ପ୍ରଭାବରେ ଆଗାମୀ ୩ ରୁ ୪ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରାରେ ୨ ରୁ ୩ ଡ଼ିଗ୍ରୀ ଯାଏ ବୃଦ୍ଧିର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ