Odisha Weather
ସରିନି ଅଦିନିଆ ବର୍ଷା । ଆହୁରି ୨ ଦିନ ବର୍ଷିବ । ବାୟୁମଣ୍ଡଳର ମଧ୍ୟ ଏବଂ ଉପର ସ୍ତରର ପଶ୍ଚିମା-ବାୟୁ ଏବଂ ନିମ୍ନ ଭାଗର ପୂର୍ବାଳୀ ବାୟୁ ସହ ସଂସ୍ପର୍ଶ ଯୋଗୁ, ପାରସ୍ପରିକ ପ୍ରକ୍ରିୟା ତଥା ବଙ୍ଗୋପସାଗର ମଧ୍ୟରୁ ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପପୁର୍ଣ୍ଣ ବାୟୁ ପ୍ରଭାବରେ, କିଛି ଜିଲ୍ଲାରେ କୁଆପଥର ବର୍ଷା ସହ ପ୍ରବଳ ବର୍ଷା ହୋଇଛି । ଆଗାମୀ ଦୁଇ ଦିନ ଯାଏଁ ଆହୁରି ବର୍ଷିବ ବୋଲି ପାଣିପାଗ ବିଭାଗର ସୂଚନା ଦେଇଛି ।
ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲାକୁ ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତୀତ କଳାହାଣ୍ଡି, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗିର ଜିଲ୍ଲାର ଅନେକ ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ଅନ୍ୟପଟେ ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଜିଲ୍ଲାର କିଛି ଅଞ୍ଚଳରେ ବଜ୍ରାଘାତ ସହ ଘଡ଼ଘଡି ଓ ବର୍ଷା ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ । ମଙ୍ଗଳବାର ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ପ୍ରବଳ କୁଆପଥର ମାଡ଼ ସହ ବର୍ଷା ହୋଇଛି । ଉମରକୋଟ ବ୍ଲକ୍ର ଉମରକୋଟ ସହର ସମେତ ଚିକଲପଦର, ବୁର୍ଜା, ସୁନାବେଡ଼ା, ଦର୍ଗାଗୁଡ଼ା ଆଦି ସ୍ଥାନରେ ପ୍ରବଳ କୁଆପଥର ବର୍ଷା ହୋଇଛି ।
ଅନ୍ୟପଟେ ଏହି ବର୍ଷା ଯୋଗୁଁ ପୁଣି ସମସ୍ୟାରେ ପଡିଲେ ନୂଆପଡା ଜିଲ୍ଲାର ଚାଷୀ । ୩ ଦିନର ଅଦିନିଆ ବର୍ଷା ଜିଲ୍ଲାର ଚାଷୀଙ୍କୁ ସମସ୍ୟାରେ ପକାଇ ଦେଇଛି । ବର୍ଷା ସହ କୁଆପଥର ମାଡ଼ ମଧ୍ୟ ହୋଇଛି । ନୂଆପଡ଼ା ଜିଲ୍ଲା ଡୁଙ୍ଗୁରିପାଲି ଧାମନ ମଣ୍ଡିରେ ଅନେକ ଦିନ ହେବ ୩ ହଜାର ବସ୍ତା ଧାନ ପଡିଛି । ହେଲେ ମିଲର ଆସୁନଥିବାରୁ ଧାନ କିଣା ଯାଇ ପାରୁ ନାହିଁ । ତେଣୁ ଧାନ ସେମିତି ପଡ଼ି ରହିଛି ମଣ୍ଡିରେ । ୩ ଦିନର ଅଦିନିଆ ବର୍ଷାରେ ଧାନ ଭିଜି ଯାଇଛି । ଧାନ ଗଜା ହେବାର ଆଶଙ୍କା ଯୋଗୁଁ ଚିନ୍ତାରେ ପଡିଛନ୍ତି ଚାଷୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641954551.jpg)