Advertisment

Cyclonic Weather in Odisha: ଆଜି ଏହି ସବୁ ଜିଲ୍ଲାରେ ହେବ ଝଡ଼ ଝଡ଼ତୋଫାନ; ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ କିଛି ଜିଲ୍ଲାରେ ଝଡ଼ତୋଫାନ ହେବ। କିଛି କିଛି ସ୍ଥାନରେ ୩୦ରୁ ୫୦ କିମି ବେଗରେ ପବନ ବହିବାରସମ୍ଭାବନା ରହିଛି । ଏଥିପାଇଁ ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି।

weather

weather

Advertisment

ରାଜ୍ୟରେ ବଦଳିଛି ପାଗ ମିଜାଜ୍। ପ୍ରଚଣ୍ଡ ତାତିରୁ ମିଳିଛି ନିସ୍ତାର। ଆଶ୍ୱସ୍ତି ଆଣି ଦେଇଛି କାଳବୈଶାଖୀ ବର୍ଷା। ରାଜ୍ୟରେ ୩୦ ତାରିଖ ଯାଏ ବିଜୁଳି ଘଡ଼ଘଡ଼ି ସହ ପବନ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment

ଅଧିକ ପଢ଼ନ୍ତୁ: ପ୍ରଚଣ୍ଡ ତାତିରୁ ମିଳିବ ଆଶ୍ୱସ୍ତି, ଆଜିଠୁ ୫ ଦିନ ଯାଏ ବର୍ଷା !

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରେ କିଛି ଜିଲ୍ଲାରେ ଝଡ଼ତୋଫାନ ହେବ। କିଛି କିଛି ସ୍ଥାନରେ ୩୦ରୁ ୫୦ କିମି ବେଗରେ ପବନ ବହିବାରସମ୍ଭାବନା ରହିଛି । ଏଥିପାଇଁ ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି।

ସେହିପରି ଆସନ୍ତାକାଲି ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେବ। ଏନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

Advertisment

ସୂଚନାଯୋଗ୍ୟ,ରାଜ୍ୟରେ ପ୍ରଚଣ୍ଡ ତାତିରେ କଲବଲ ହେଉଛି ଜନଜୀବନ । ତତଲା କଡ଼େଇରେ ଭାଜି ହେଉଛି ସାରା ଓଡ଼ିଶା । ହେଲେ  କାଳବୈଶାଖୀ ବର୍ଷା। ଆଣି ଦେଇଛି ଆଶ୍ୱସ୍ତି। ଗତକାଲି ଟ୍ୱିନ ସିଟି ସହ କିଛି ଜିଲ୍ଲାରେ ବର୍ଷା ସହ ପବନ ହୋଇଥିଲା।

ଅଧିକ ପଢ଼ନ୍ତୁ: ପୋଲିସ କର୍ମଚାରୀଙ୍କ ପୋଷାକ ଭତ୍ତା ଦୁଇଗୁଣା ବଢ଼ିଲା

Weather Odisha Weather Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ