Cold Wave In Odisha
କମୁଛି ପାରଦ ବଢୁଛି ଶୀତ । ସାରା ରାଜ୍ୟରେ ଏବେ ଅସମ୍ଭାଳ ଥଣ୍ଡା । ସକାଳୁ ସକାଳୁ ଏତେ ଜାଡ଼ ହେଉଛି ଯେ, ୯ଟା ପର୍ଯ୍ୟନ୍ତ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ସହର ଓ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛି କୁହୁଡ଼ିର ବହଳିଆ ଆସ୍ତରଣ । ସତେ ଯେମିତି ଧଳା ଚାଦର ତଳେ ପୂରା ମାଳଭୂମି । ଯେଉଁଥିପାଇଁ ଗାଡି ଚଳାଚଳ ସହ ଜନଜୀବନ ଉପରେ ପ୍ରଭାବ ପଡୁଛି ।
ଆଭ୍ୟନ୍ତରଠୁ ଉପକୂଳ ସବୁଠି ପ୍ରବଳ ଶୀତ ଅନୁଭୂତ ହେଉଛି । ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରେ ଶୀତ ସାଙ୍ଗକୁ ଘନକୁହୁଡ଼ି ଦେଖିବାକୁ ମିଳିଛି । ଶୀତ ବଢ଼ୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । କେବଳ ସହର ନୁହେଁ ଗ୍ରାମାଞ୍ଚଳରେ ବି ପ୍ରବଳ ଶୀତ ଅନୁଭୂତ ହେଉଛି । ତେବେ ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଆଗରେ ବସିରହୁଛନ୍ତି । ବିନିିକାରେ କିଭଳି ଶୀତ ଅନୁଭୂତ ହେଉଛି ।
ବିଶେଷକରି କନ୍ଧମାଳ ଜିଲ୍ଲାରେ ଶୀତର ପ୍ରକୋପ ଅଧିକ ରହିଛି । କିଛି ଦିନ ଧରି ଆକାଶ ମେଘମୁକ୍ତ ହେବା ପରେ ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ି ଠାରେ ପ୍ରବଳ ଜାଡ ଅନୁଭୂତ ହେବାରେ ଲାଗିଛି । ଲୋକେ ଶୀତରୁ ଟିକିଏ ନିସ୍ତାର ପାଇବା ପାଇଁ ନିଆଁ ଜାଳି ବସି ରହୁଛନ୍ତି । ଛୋଟ ପିଲାମାନେ ସକାଳୁ ସକାଳୁ ଖେଳ ପଡ଼ିଆରେ ବ୍ୟାୟାମ କରିବା ସହ ବୟସ୍କ ଲୋକେ ମର୍ଣ୍ଣଂ ଓ୍ୱାକ୍ କରୁଥିବା ଦେଖିବାକୁ ମିଳିଛି । ଶୀତର ପ୍ରକୋପ ଯୋଗୁ ଆଦିବାସୀ ଉପାନ୍ତ ଇଲାକାରେ ବସବାସ କରୁଥିବା ଲୋକେ ଅଧିକ ହଇରାଣ ହେଉଛନ୍ତି । ଅନ୍ୟପଟେ ଶୀତ ବଢିବା ଫଳରେ ଶ୍ରମିକ ଶ୍ରେଣୀର ଲୋକେ କାମକୁ ଯିବା ସେମାନଙ୍କ ପାଇଁ କଷ୍ଟକର ହେବାରେ ଲାଗିଛି । ଜିଲ୍ଲାର ଦାରିଙ୍ଗବାଡ଼ି ସମେତ ଜି.ଉଦୟଗିରି, ରାଇକିଆ, ବାଲିଗୁଡା, କୋଟଗଡ, ତୁମୁଡିବନ୍ଧ, ବେଲଘର ଆଦି ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669523674.jpg)