• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା । ଉତ୍ତର ଓଡ଼ିଶା ଏବଂ ତତସଂଲଗ୍ନ ଅଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ବର୍ଷା ସମ୍ଭାବନା ଥିବା ଜିଲ୍ଲା ଗୁଡିକ ହେଲା ନୂଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର । ଏହା ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ପାଗ ମୁଖ୍ୟତ ଶୁଖିଲା ରହିବ । ଏପଟେ ଉପକୂଳ ଓଡ଼ିଶା ସହ ତତସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡି ପଡିପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ସେପଟେ ରାଜ୍ୟରେ ଆଜି କେତେକ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଭୁବନେଶ୍ୱର ଓ କଟକରେ କୁହୁଡ଼ିର ମାତ୍ରା ସର୍ବାଧିକ ରହିଛି । କିଟ୍ ସ୍କୋୟାର, ରସୁଲଗଡ଼, ଜୟଦେବ ବିହାର, ନନ୍ଦନକାନନ, କଟକର ବାରଙ୍ଗ, ତ୍ରିଶୁଳିଆ, ସିଡିଏ, ବାଦାମବାଡ଼ି ସମେତ ଅନ୍ୟ ଅଞ୍ଚଳରେ ପ୍ରବଳ କୁହୁଡ଼ି ହୋଇଛି । କୁହୁଡ଼ି ଯୋଗୁଁ ଭଲରେ ଦେଖାନଯିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ବିମାନ ଚଳାଚଳ ଉପରେ ପ୍ରଭାବ ପକାଇବା ଆଶଙ୍କା ଦେଖାଦେଇଛି ।

ଅନ୍ୟପଟେ ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ଆଉ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ବର୍ତ୍ତମାନ ରାଜ୍ୟରେ ଶୀତ ସମ୍ପୂର୍ଣ୍ଣ କମି ଯାଇଛି କହିଲେ ଚଳେ । ପୂର୍ବ ପରି ଆଉ ଶୀତ ଅନୁଭୂତ ହେଉନାହିଁ । ଜାନୁଆରୀ ମାସ ଶେଷ ପର୍ଯ୍ୟନ୍ତ ଶୀତ ଏହିଭଲି ଭାବେ କମ୍ ଅନୁଭବନ ହେବ ବୋଲି କୁହାଯାଉଛି ।