Uttarkashi
ଛାରଖାର ଉତ୍ତରକାଶୀ, ଧରାଶାୟୀ ଧରାଲୀ। ପ୍ରକୃତିର ପ୍ରଳୟରେ ସୃଷ୍ଟି ହୋଇଛି ସାଂଘାତିକ ସ୍ଥିତି। ପୁରା ଧରାଲୀ ଗାଁ ଧୋଇଯିବା ପରେ ଏବେ ଉଦ୍ଧାର କାର୍ଯ୍ୟକୁ ତ୍ବରାନୀତ କରାଯାଇଛି। ଧ୍ବଂସସ୍ତୁପରୁ ଏବେ ଖୋଜାଚାଲିଛି ଜୀବନ। ସେନା, NDRF ଏବଂ SDRF ଦଳ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବିଭିନ୍ନ ସ୍ଥାନରେ ଭୂସ୍ଖଳନରେ ଜମା ହୋଇଥିବା ମାଟି ଅତଡା ଓ ପଥର ଖଣ୍ଡ ସବୁ ରାସ୍ତାରୁ ହଟାଯାଉଛି।
ହର୍ଷିଲରେ ସେନା କ୍ୟାମ୍ପ ଧୋଇଯିବା ଫଳରେ ୯ ଯବାନ ନିଖୋଜ ଥିବା ସୂଚନା ମିଳିଛି । ୪ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧୩୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ତେବେ ୫୦ରୁ ଅଧିକ ଲୋକଙ୍କ ଏଯାଏଁ ପତ୍ତା ମିଳୁନି। ସମସ୍ତଙ୍କୁ ପୂର୍ଣ୍ଣ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ।
ଗତକାଲି ଅପରାହ୍ନରେ ପ୍ରଳୟଙ୍କରୀ ବିପର୍ଯ୍ୟୟ ଘଟିଥିଲା। ବାଦଲଫଟା ବର୍ଷାରେ ମାତ୍ର ୩୪ ସେକେଣ୍ଡରେ ସବୁ କିଛି ଛାରଖାର ହୋଇଗଲା। ପାଖାପାଖି ୨୦-୨୫ ହୋଟେଲ୍ ଏବଂ ହୋମ୍ ଷ୍ଟେ ଏହି ଅଚାନକ ବନ୍ୟାରେ ଭାସି ଯାଇଛି। ଅନେକ ଜିଲ୍ଲା ପାଇଁ ପ୍ରବଳ ବର୍ଷା ସତର୍କତା ଜାରି କରିଛି। ଏହା ସହିତ, ଲୋକମାନଙ୍କୁ ନଦୀ ଏବଂ ନାଳଠାରୁ ଉପଯୁକ୍ତ ଦୂରତା ବଜାୟ ରଖିବାକୁ ନିବେଦନ କରାଯାଇଛି।
ମୌସୁମୀରେ ଲଗାଣ ବର୍ଷା ବିଭିନ୍ନ ରାଜ୍ୟରେ ଭୟଙ୍କର ବିଭୀଷିକା ଆଣିଛି। ଅନ୍ୟପଟେ ଉତ୍ତରପ୍ରଦେଶରେ ବନ୍ୟା ସଙ୍ଗମ ନଗରୀ ପ୍ରୟାଗରାଜରେ ଧନଜୀବନକୁ କଲବଲ କରିଛି। ପ୍ରୟାଗରାଜ ଓ ଆଖପାଖର ବିଭିନ୍ନ ଅଞ୍ଚଳକୁ ବୁଡ଼ାଇଛି ଗଙ୍ଗା ଓ ଯମୁନା ନଦୀରେ ବଢି। ପ୍ରଭାବିତ ହୋଇଛନ୍ତି ୫ ଲକ୍ଷ ଲୋକ। ୬୦ ହଜାରରୁ ଅଧିକ ବେଘର ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754454122.jpg)