Advertisment

Russia Earthquake: ରୁଷରେ ଶକ୍ତିଶାଳୀ ଭୂମିକମ୍ପ, ଦୁଇ ଦେଶରେ ମାଡି ଆସିଲା ସୁନାମୀ

ରୁଷିଆର କାମଚାଟକାରେ ୮.୮ ତୀବ୍ରତାର ଭୂମିକମ୍ପର ଜୋରଦାର ଝଟକା ଅନୁଭୂତ ହେବା ପରେ ରୁଷିଆର କୁରିଲ୍ ଏବଂ ଜାପାନର ହୋକାଇଡୋରେ ସୁନାମୀ ମାଡ ହୋଇଛି।

earthquake

earthquake

Advertisment

ରୁଷିଆର ସୁଦୂର ପୂର୍ବାଞ୍ଚଳ କାମଚାଟକାରେ ସକାଳେ ଭୂମିକମ୍ପର ଜୋରଦାର ଝଟକା ଅନୁଭବ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତীବ୍ରତା ୮.୮ ରେକର୍ଡ ହୋଇଛି। ୟୁଏସ୍ ଜିଓଲୋଜିକାଲ୍ ସର୍ଭେ (USGS) ଅନୁଯାୟୀ, ଭୂମିକମ୍ପ ସମୁଦ୍ର ତଳେ ଆସିଥିଲା, ଯାହା ପରେ ଜାପାନ ଓ ଆମେରିକାର ଏଜେନ୍ସିଗୁଡ଼ିକ ସୁନାମୀ ଆଲର୍ଟ ଜାରି କରିଛନ୍ତି।

Advertisment

୪ ମିଟର (୧୩ ଫୁଟ) ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ ସୁନାମି ଲହରୀ ମାଡି ଆସିଥିଲା। ରୁଷିଆର କୁରିଲ୍ ଦ୍ୱୀପପୁଞ୍ଜର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଜାପାନର ଉତ୍ତର ଦ୍ୱୀପ ହୋକାଇଡୋରେ ସୁନାମୀ ମାଡ ହୋଇଛି। ଜାପାନର ପୂର୍ବ ଉପକୂଳର ଅଧିକାଂଶ ଅଞ୍ଚଳରେ ନିରାପତ୍ତା ପାଇଁ ଜନସାଧାରଣଙ୍କୁ ସ୍ଥାନାନ୍ତର କରାଯାଇଛି।

ରୁଷିଆ ସହିତ ଜାପାନ ଏବଂ ଆମେରିକାର କାଲିଫର୍ଣ୍ଣିଆ ଉପକୂଳରେ ସୁନାମୀ ଆଲର୍ଟ ଜାରି କରାଯାଇଛି। କୁହାଯାଉଛି ଯେ ସମୁଦ୍ରରେ ୩ରୁ ୪ ଫୁଟ ଉଚ୍ଚ ଲହରୀ ଉଠିପାରେ। ଏହାଦ୍ୱାରା ଅନେକ ଅଞ୍ଚଳରେ ବିପର୍ଯ୍ୟୟ ହୋଇପାରେ।

Advertisment

ରୁଷିଆର କାମଚାଟକାରେ ଆସିଥିବା ଭୂମିକମ୍ପକୁ ୧୯୫୨ ପରେ ଏପର୍ଯ୍ୟନ୍ତ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ବୋଲି କୁହାଯାଉଛି।

କାମଚାଟକା ରୁଷିଆର ଏକ ଉପଦ୍ୱୀପ, ଯାହା ରୁଷିଆର ସୁଦୂର ପୂର୍ବାଞ୍ଚଳରେ ଅବସ୍ଥିତ। ଏହା ପ୍ରଶାନ୍ତ ମହାସାଗରର କୂଳରେ ସାଇବେରିଆର ପୂର୍ବରେ ଅବସ୍ଥିତ। ଭୌଗୋଳିକ ଦୃଷ୍ଟିରୁ ଏହା ରୁଷିଆର ମୁଖ୍ୟ ଭୂଖଣ୍ଡ ସହିତ ସଂଯୁକ୍ତ ଏବଂ ଉତ୍ତରରେ ବେରିଂ ସାଗର, ଦକ୍ଷିଣରେ ଜାପାନ ଏବଂ ପୂର୍ବରେ ପ୍ରଶାନ୍ତ ମହାସାଗର ଦ୍ୱାରା ଘେରି ରହିଛି।

Advertisment

ଆମେରିକୀୟ ସାମୋଆ, ଆଣ୍ଟାର୍କଟିକା, କଲୋମ୍ବିଆ, କୁକ୍ ଆଇଲାଣ୍ଡ, କୋଷ୍ଟା ରିକା, ଏଲ୍ ସାଲଭାଡୋର, ଫିଜି, ଗୁଆମ, ଗୁଆଟେମାଲା, ହୋଲାଣ୍ଡ ଆଣ୍ଡ ବେକର, ଇଣ୍ଡୋନେସିଆ, ଜାର୍ଭିସ ଆଇଲାଣ୍ଡ, କାର୍ମେଡିସ ଆଇଲାଣ୍ଡ, କିରିବାଟୀ, ମାର୍ଶଲ ଆଇଲାଣ୍ଡ, ମେକ୍ସିକୋ, ମିଡୱେ ଆଇଲାଣ୍ଡ, ନ୍ୟୁଜିଲାଣ୍ଡ, ନିକାରାଗୁଆ, ପାଲାଉ, ପାଲମିରା ଆଇଲାଣ୍ଡ, ପାନାମା, ପାପୁଆ ନ୍ୟୁ ଗିନି, ପେରୁ, ଫିଲିପାଇନ୍ସ, ସାମୋଆ, ତାଇୱାନ, ଟୋଙ୍ଗା ଏବଂ ଭାନୁଆଟୁରେ ସୁନାମୀ ଆସିପାରେ।

Russia Earthquake Japan Tsunami Tsunami Warning
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ