Advertisment

Heavy Rain In Odisha: ଟ୍ୱିନସିଟିରେ ପ୍ରବଳ ବର୍ଷା; ଜମିଲା ପାଣି, ଯାତାୟତ ବାଧାପ୍ରାପ୍ତ

ଭୁବନେଶ୍ୱର ଓ କଟକରେ କାଳବୈଶାଖୀ ବର୍ଷା । ପ୍ରବଳ ପବନ ଓ ଘଡ଼ଘଡ଼ି ବର୍ଷାରେ ଭିଜିଲା ଟ୍ୱିନସିଟି । ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ । ବିଭିନ୍ନ ସ୍ଥାନରେ ପାଣି ଜମିଥିବାର ସୂଚନା ।

ଅଦ୍ୟତନ ହୋଇଛି
heavy rain

heavy rain

Advertisment

ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା । ସକାଳୁ ହଠାତ୍ ବଦଳିଗଲା ପାଗର ମିଜାଜ୍ । ଘୋଟିଆସିଲା କଳାହାଣ୍ଡିଆ ମେଘ । ଅନ୍ଧାର ହୋଇଗଲା ଆକାଶ । ଦିନରେ ସୃଷ୍ଟି ହେଲା ସନ୍ଧ୍ୟାର ଭ୍ରମ । କାଳବୈଶାଖୀ ପ୍ରଭାବରେ ହେଉଛି ପ୍ରବଳ ବର୍ଷା, ପବନ । ବର୍ଷାରେ ଭିଜୁଛି ଟ୍ୱିନସିଟି ଭୁବନେଶ୍ୱର-କଟକ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଛି ।  

Advertisment

ପ୍ରବଳ ବର୍ଷା ଯୋଗୁଁ ଟ୍ୱିନସିଟିର ବିଭିନ୍ନ ସ୍ଥାନରେ ଜମିଛି ବର୍ଷା ପାଣି । ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାକୁ ଆସନ୍ତା ୨ ଘଣ୍ଟା ପାଇଁ  ଜାରି ହୋଇଛି ଅରେଞ୍ଜ ଆଲର୍ଟ । ସେହିଭଳି କଟକ ଜିଲ୍ଲା ଆଗାମୀ ଘଣ୍ଟାଏ ପାଇଁ କାଳବୈଶାଖୀ ସତର୍କତା ଜାରି ହୋଇଛି । ଢେଙ୍କାନାଳ, କଟକ ଓ ବାଲେଶ୍ବରରେ ମଧ୍ୟ ବିଶେଷ କାଳବୈଶାଖୀ ପ୍ରଭାବ ରହିବା ନେଇ ପାଣିପାଗ ବିଭିଗ ସତର୍କତା ଜାରି କରିଛି । 

Advertisment

ଅଧିକ ପଢ଼ନ୍ତୁ ଆହୁରି ୨ ଦିନ କାଳବୈଶାଖୀ ! ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ କାଳବୈଶାଖୀ ଜାରି ରହିଛି । କେଉଁଠି ତାଣ୍ଡବ ରଚୁଛି ଝଡ଼ବର୍ଷା ତ କେଉଁଠି ଝିପିଝିପି ବର୍ଷୁଛି । ୨୦ ଯାଏଁ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିବ । ୨୦ ପରେ ପାଗରେ ପରିବର୍ତ୍ତନ ହେବ । ଆଜି ଟ୍ୱିନସିଟିରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୫ ଜିଲ୍ଲାକୁ ୟେୱୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । 

Odisha Weather Heavy Rainfall Alert Heavy Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ