ତାତିରେ ଲାଗିବ ବ୍ରେକ୍, ଆଶ୍ବସ୍ତି ଆଣିବ କାଳବୈଶାଖୀ । ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିବ କାଳବୈଶାଖୀ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ କିଛି ସ୍ଥାନରେ ଝଡ଼ ପବନ ବର୍ଷା ସହ କୁଆପଥର ବର୍ଷା ନେଇ ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରେ ତାପମାତ୍ରା ୨-୩ ଡିଗ୍ରୀ ଯାଏ କମିପାରେ ବୋଲି ପାଣିପାଗ ବିଭାଗ କହିଛି । ଆଜି ୧୦ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ବେଳେ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଏପ୍ରିଲ ୧ରେ ମଧ୍ୟ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
Also Read
ଅଧିକ ପଢ଼ନ୍ତୁ: ଧାନ କିଣାରେ ଦୁର୍ନୀତି ଗନ୍ଧ: ମଣ୍ଡିରେ ଅବ୍ୟବସ୍ଥା, ନିରୀହ ଚାଷୀ ହଟହଟା...
ସୂଚନା ଅନୁସାରେ ଗତ କିଛି ଦିନ ହେବ ତତଲା କଡ଼େଇରେ ସିଝୁଥିଲା ଓଡ଼ିଶା । ଅସହ୍ୟ ତାତି ଓ ଗୁଳିଗୁଳିରେ କଲବଲ ହେଉଥିଲା ଜନ ଜୀବନ । କାରଣ କାଳବୈଶାଖୀ ପରେ ରାଜ୍ୟରେ ପୁଣିଥରେ ଫେରିଥିଲା ତାତି । ମାର୍ଚ୍ଚ ୨୮ରୁ ୩ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିଲା । ଯାହାଫଳରେ ପାଣିପାଗ ବିଭାଗ ପକ୍ଷରୁ ଏହି ୩ ଦିନ ପାଇଁ ହିଟୱେଭ୍ ସତର୍କତା ଜାରି କରାଯାଇଥିଲା । ଏମିତି କି ତାତିକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଥିଲା । ଏହି ସମୟରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା'ଠୁ ଅଧିକ ରହିପାରେ ବୋଲି ଅନୁମାନ କରିଥିଲା ପାଣିପାଗ ବିଭାଗ ।