Weather: ନଭେମ୍ବରରେ ପୁଣି ବାତ୍ୟା ଭୟ! ପାଣିପାଗ ବିଭାଗ ତରଫରୁ ମିଳିଲା ସୂଚନା ...

ଏବେ ନାହିଁ ଲଘୁଚାପ । ପାଣିପାଗ ବିଭାଗ କହିଛି, ଆସନ୍ତା ୭ଦିନ ମଧ୍ୟରେ ଲଘୁଚାପ ହେବାର କୌଣସି ସମ୍ଭାବନା ନାହିଁ ।

Weather Update

ଏବେ ନାହିଁ ଲଘୁଚାପ । ପାଣିପାଗ ବିଭାଗ କହିଛି, ଆସନ୍ତା ୭ଦିନ ମଧ୍ୟରେ ଲଘୁଚାପ ହେବାର କୌଣସି ସମ୍ଭାବନା ନାହିଁ । ରାଜ୍ୟରେ ଆସନ୍ତା ୩ରୁ ୫ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ୬ ଓ ୭ ତାରିଖରେ ଉପକୂଳ ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ବର୍ତ୍ତମାନ ଉତ୍ତର ଉତ୍ତର-ପୂର୍ବ ଦିଗରୁ ପବନ ବହୁଛି ।

ଏହି ପବନ ଶୁଷ୍କ ବାୟୁ ନେଇ ଆସୁଛି । ସ୍ଥାନୀୟ ବାୟୁ ମଣ୍ଡଳ ସହ ଏହା ମିଶିବା ପରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେଉଛି । ବର୍ଷା ନେଇ ଆଜି ପାଇଁ କୌଣସି ୱାର୍ଣ୍ଣିଂ ନଥିବା ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ସେପଟେ ଟ୍ୱିନ୍ ସିଟିରେ ବାୟୁ ପ୍ରଦୂଷଣର ଭୟଙ୍କର ସ୍ଥିତି । ଭୁବନେଶ୍ୱର ଓ କଟକରେ ଯୁଆଡ଼େ ଚାହିଁବେ, ଖାଲି ଧୂଆଁ ଆଉ ଧୂଆଁ ।

ବିଗିଡ଼ିଯାଇଛି ପରିବେଶ, ପୁଣି ପ୍ରଦୂଷିତ ହୋଇଛି ଟ୍ୱିନ ସିଟିର ବାୟୁ ମଣ୍ଡଳ । ଦୁଇ ଦିନ ଧରି ଦୀପାବଳି ପାଳନ ବେଳେ ବାଣ ଫୁଟାଇବା ପରେ ବିଗିଡ଼ିଯାଇଛି ପୁରା ପରିବେଶ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମକୁ ଫୁ କରି ଉଡ଼ାଇ ଦେଇଛନ୍ତି ଟ୍ୱିନ୍ ସିଟି ବାସିନ୍ଦା । ରାତି ୯ ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ନିର୍ଦ୍ଦେଶନାମା ଜାରୀ ହୋଇଥିବା ବେଳେ ଏହି ନିୟମକୁ ଖୋଲାଖୋଲି ଉଲଂଘନ ହୋଇଥିବା ଦେଖିବାକୁ ମିଳିଛି ।

ଫଳରେ ଧୂଆଁମୟ ପରିବେଶ ଭିତରେ ଲୋକେ ଅଣନିଶ୍ୱାସୀ ଅନୁଭବ କରିଛନ୍ତି । ଏମିତିକି ଗତକାଲି ସନ୍ଧ୍ୟା ପରଠୁ ଦୃଶ୍ୟମାନ କ୍ଷମତା ହ୍ରାସ ପାଇଥିଲା । ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ଦୀପାବଳୀରେ ଫୁଟିଥିବା ବାଣର ପ୍ରଭାବ ଅନେକ ଥିବାରୁ ୬୦ରୁ ୭୦ ଭିତରେ ଥିବା ଭୁବନେଶ୍ୱରର ଏୟାର କ୍ୱାଲିଟି ଇଣ୍ଡେକ୍ସ ବଢି ୨ ଶହକୁ ଟପିଛି । ଗତକାଲି ସକାଳ ଯଦିଓ ଭୁବନେଶ୍ୱରର କିଛି ଅଞ୍ଚଳରେ ବର୍ଷା ହୋଇଥିଲା, କିନ୍ତୁ ରାତିରେ ପୁଣି ଥରେ ବାଣ ଫୁଟାଇବା ଫଳରେ ପ୍ରଦୂଷଣ ଆକାଶ ଛୁଇଁଛି ।