Advertisment

ଦୁର୍ବଳ ହେଲା ସିଭିୟର ସାଇକ୍ଲୋନ୍ ଅସାନି

ସମୁଦ୍ରକୁ ପୁଣି ପଶିବା ପରେ ଦୁର୍ବଳ ହୋଇ ଡିପ୍ ଡିପ୍ରେସନରେ ପରିଣତ ହେବ।

ଅଦ୍ୟତନ ହୋଇଛି
Cyclone Alert

Cyclone Alert

Advertisment

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅସାନି। ଏହା ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଅସାନି ଏବେ ଗୋପାଳପୁରରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦ କିଲୋମିଟର ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ରହିଛି। ଗତ ୬ ଘଣ୍ଟାରେ ଏହାର ଘଣ୍ଟାପ୍ରତି ବେଗ ରହିଛି ୬ କିଲୋମିଟର। 

Advertisment

ବର୍ତ୍ତମାନ ଅସାନି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ତେଣୁ ଏହାର ଉପକୂଳ ପାଇଁ ଜାରି ହୋଇଛି ରେଡ୍ ଓ୍ବାର୍ଣ୍ଣିଂ। କାକିନାଡ଼ା ଓ ବିଶାଖାପାଟଣା ମଧ୍ୟରେ ଅସାନି ସ୍ଥଳ ଭାଗକୁ ଛୁଇଁପାରେ। ସ୍ଥଳ ଭାଗ ଛୁଇଁବା ପରେ ପରେ ଏହା ରିକର୍ଭ କରି ପୁଣି ସମୁଦ୍ର ଭିତରକୁ ପଳାଇପାରେ ବୋଲି ଅନୁମାନ କରାଯାଉଛି।

Advertisment

ସମୁଦ୍ରକୁ ପୁନର୍ବାର ପ୍ରବେଶ ପରେ ଅସାନି ଦୁର୍ବଳ ହୋଇ ଡିପ୍ ଡିପ୍ରେସନ୍‌ରେ ପରିଣତ ହେବାର ସମ୍ଭାବନା ରହିଛି। ବର୍ତ୍ତମାନର ଆକଳନ ଅନୁସାରେ ବାତ୍ୟା ଓ଼ଡିଶା ଉପକୂଳ ଛୁଇଁବାର ସମ୍ଭାବନା ପ୍ରାୟତଃ ନାହିଁ। ୧୩ ସକାଳ ବେଳକୁ ବାତ୍ୟା ପୂରା ଦୁର୍ବଳ ହୋଇଯାଇଥିବା ନେଇ ଆଶା କରାଯାଉଥିବା କହିଛନ୍ତି SRC। 

ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ପାଇଁ ଓ୍ବାର୍ଣ୍ଣିଂ ଜାରି ହୋଇଛି।ବାତ୍ୟା ମୁକାବିଲା ପାଇଁ ୫ ଜିଲ୍ଲାରେ ଅଗ୍ନିଶମ ବିଭାଗର ୧୨ଟି ଟିମ୍ ମୁତୟନ ହୋଇଛନ୍ତି।  

Advertisment
Cyclone Asani Cyclone Impact In Odisha Cyclone Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ