Advertisment

ତତଲା କଡେଇରେ ଆଉଟୁପାଉଟୁ ଓଡ଼ିଶା; ୪୦ଡିଗ୍ରୀ ଛୁଇଁବ ପାରଦ

ଟାଣ ଖରାକୁ ଦୃଷ୍ଟିରେ ରଖି ବାହାରକୁ ବାହାରିଲା ମାତ୍ରେ ସାବଧାନତା ପାଇଁ ପରାମର୍ଶ ଦିଆଯାଇଛି । ଏଭଳି କ୍ଷେତ୍ରରେ ବାହାରକୁ ବାହାରିଲା ମାତ୍ରେ ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

ଅଦ୍ୟତନ ହୋଇଛି
Heat Wave In Odisha

Heat Wave

Advertisment

ତତଲା କଡେଇରେ ଭାଜି ହେଉଛି ଓଡ଼ିଶା । ଆଗକୁ ଆହୁରି ବଢିବ ତାତି । ଆଗାମୀ ସପ୍ତାହକ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୫ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ମାର୍ଚ୍ଚ ମାସ ଶେଷ ବେଳକୁ କିଛି ଅଞ୍ଚଳରେ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ଯାଏଁ ଅନୁଭୂତ ହେବାର ସମ୍ଭାବନା ରହିଛି ।

Advertisment

ଟାଣ ଖରାକୁ ଦୃଷ୍ଟିରେ ରଖି ବାହାରକୁ ବାହାରିଲା ମାତ୍ରେ ସାବଧାନତା ପାଇଁ ପରାମର୍ଶ ଦିଆଯାଇଛି । ଏଭଳି କ୍ଷେତ୍ରରେ ବାହାରକୁ ବାହାରିଲା ମାତ୍ରେ ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଇଛି । ୨୬ ତାରିଖଠାରୁ ପୁଣିଥରେ ତାତି ଉପରମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ତାତି ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବୃଦ୍ଧି ସମ୍ଭାବନା ଥିବା କୁହାଯାଇଛି । ମାର୍ଚ୍ଚ ଶେଷ ବେଳକୁ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଛୁଇଁପାରେ । କାଳବୈଶାଖୀ ଯୋଗୁ ଖସିଥିବା ତାପମାତ୍ରା ପୁଣି ଉପରକୁ ଉଠିବ । ଫଳରେ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ ।

Advertisment
Heat Wave Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ