Advertisment

Weather Update: ମାଘରେ ଭୀଷଣ ଗରମ; ଜାଡ଼ ଉଭାନ୍, କଲବଲ କରୁଛି ତାତି

ସାଧାରଣତଃ ଫେ‍ବୃଆରୀ ମାସ ବେଳକୁ ଶୀତ ଏହାର ପ୍ରକୋପ ଦେଖାଇଥାଏ । ତେବେ ଚଳିତ ବର୍ଷ ଏହି ଧାରାରେ ବିରାମ ଲାଗିଛି।ଶୀତ ଉଭାନ ହୋଇଯାଇଥିବା ବେଳେ ଫେବୃଆରୀ ଆରମ୍ଭରୁ ତାପମାତ୍ରା ବୃଦ୍ଧି ପାଇଛି ।

Weather

Weather

Advertisment

ମାଘରେ ଡହ ଡହ ଖରା। ଫେବ୍ରୁଆରୀ ମଝିରୁ ରାଜ୍ୟରେ ତାତି ଛୁଇଁଲାଣି ୩୭ ଡିଗ୍ରୀ। ଲଗାତର ଉପରମୁହାଁ ରହୁଛି ପାରଦ। ସପ୍ତାହେରୁ ଅଧିକ ସମୟ ହେଲା ତାତି ବଢିଥିବା ବେଳେ, ଖୁବଶୀଘ୍ର ୪୦ ଡିଗ୍ରୀ ଛୁଇଁବା ଆଶଙ୍କା କରାଯାଉଛି। ଗତକାଲି ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଥିବାବେଳେ ରାଜଧାନୀ ଭୁବନେଶ୍ବରରେ ପାରଦ ୩୪ ଉପରେ ଥିଲା। ରାଜ୍ୟର ଅନ୍ୟ କେତେକ ସ୍ଥାନରେ ବି ପାରଦ ବଢିବାରେ ଲାଗିଛି। ରାତି ତାପମାତ୍ରା ମଧ୍ୟ ୨ରୁ ୩ ଡିଗ୍ରୀ ବଢ଼ିବାର ଅନୁମାନ କରାଯାଇଛି।

Advertisment

ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ତାତି ବୃଦ୍ଧି ପାଉଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ସାଧାରଣତଃ ଫେ‍ବୃଆରୀ ମାସ ବେଳକୁ ଶୀତ ଏହାର ପ୍ରକୋପ ଦେଖାଇଥାଏ । ତେବେ ଚଳିତ ବର୍ଷ ଏହି ଧାରାରେ ବିରାମ ଲାଗିଛି।ଶୀତ ଉଭାନ ହୋଇଯାଇଥିବା ବେଳେ ଫେବୃଆରୀ ଆରମ୍ଭରୁ ତାପମାତ୍ରା ବୃଦ୍ଧି ପାଇଛି । ହଠାତ୍ ତାତି ବୃଦ୍ଧି ନେଇ ଚିନ୍ତା ବି ବଢ଼ିଲାଣି। ଏବେଠୁ ଖରାର ଏ ପ୍ରକୋପ ଦେଖି ଆଗକୁ ତାତିର ପରିମାଣ କେଉଁ ଆଡ଼କୁ ଯିବ, ତାକୁ ନେଇ ଲୋକଙ୍କ ଭିତରେ ଛନକା ପଶିଲାଣି।

ଅଧିକ ପଢନ୍ତୁ: ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ; ସରକାରଙ୍କୁ ଘେରିବେ ବିରୋଧୀ

Weather Heat Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ