ରାସ୍ତଘାଟ ଖାଁ ଖାଁ
ବୌଦ୍ଧ ଜିଲ୍ଲାରେ ଧିରେ ଧିରେ ପାରଦ ଉପର ମୁହାଁ ହୋଇଛି । ବିଗତ କିଛି ଦିନ ହେଲା ବୌଦ୍ଧରେ ପାରଦ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହୁଛି। ବୌଦ୍ଧ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି ରହିଥିବା ବେଳେ ଅସହ୍ୟ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଗକୁ ଆହୁରି ତାତି ବଢିବାର ସମ୍ଭାବନା ରହିଛି ବୋଲି ଆଜି ପାଣିପାଗ ବିଭାଗ ସୂଚନା ଦେଇଛି । ଦିନ ବେଳା ପ୍ରଚଣ୍ଡ ରୌଦ୍ର ତାପ, ରାତିରେ ଅସହ୍ୟ ଗୁଳୁଗୁଳି । ଲାଗୁଛି ଯେମିତି ଭୂଇଁରୁ ନିଆଁ ବାହାରୁଛି ।
ଖରା ପାଇଁ ବୌଦ୍ଧ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲାରେ ଧିରେ ଧିରେ ପାରଦ ୪୦ ଡିଗ୍ରୀ ଉପରକୁ ଡେଇଁବାକୁ ଲାଗିଛି । ସକାଳ ୯ ଟା ହେଲେ ଘରୁ ଆଉ ବାହାରକୁ ବାହାରି ହେଉ ନାହିଁ । ଦିନ ତମାମ ଖରାର ଝାଞ୍ଜି ପବନର ପ୍ରକୋପ ସହିବା ପରେ ରାତିରେ ଗୁଳୁଗୁଳି ଲୋକଙ୍କୁ ଅଣନିଶ୍ୱାସୀ କରିଦେଇଛି । ଅନ୍ୟପଟେ ଖରାଦାଉରୁ ରକ୍ଷା ପାଇବା ପାଇଁ ଆଖୁ ରସ ,ଲସି,ଥଣ୍ଡା ପାଣି ଦୋକାନରେ ଲୋକଙ୍କ ଭିଡ ଲାଗୁଛି ।
ସେପଟେ ମହାନଦୀରେ ପାଣି ନ ଥିବା ରୁ ମହାନଦୀର ବାଲି ଓ ପଥରରୁ ଗରମ ପବନ ସହର ମୁହାଁ ହେଉଛି । ବିଗତ ବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ଲୋକଙ୍କୁ ଅଧିକା କନ୍ଦାଉଛି । ଖରାକୁ ଦୁଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସବୁ ଜାଗାରେ ପାନୀୟ ଜଳ ଯୋଗାଣ ପାଇଁ ଜଳଛତ୍ର ଖୋଲା ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଜନଗହଳି ପୂର୍ଣ୍ଣ ବାଘଗୁଡା ଛକରେ ଖରାକୁ ଦୃଷ୍ଟିରେ ରଖି ଟ୍ରାଫିକ ସେଡ୍ କରାଯାଇଛି।
ଟ୍ରାଫିକରେ ସିଗ୍ନାଲ ପାଇଁ ଅପେକ୍ଷା କରୁଥିବା ଲୋକଙ୍କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି । ଫଳରେ ଲୋକେ ଖରା ଦାଉରୁ ଆଶ୍ୱସ୍ତି ଅନୁଭବ କରି ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ପାରୁଛନ୍ତି । ଏମିତି ସମୟରେ ସବୁଠୁ ଉଦବେଗଜନକ ବିଷୟଟି ହେଉଛି, ଜିଲ୍ଲାର ୩ଟି ବ୍ଲକ ଜଙ୍ଗଲରେ ନିଆଁ ଲାଗିଥିଲେ ମଧ୍ୟ ନିଆଁକୁ ଆୟତ କରିବାରେ ଫେଲ୍ ମାରିଛି ବନ ବିଭାଗ । ଯାହା ଫଳରେ ,ବୌଦ୍ଧ, ହରଭଙ୍ଗା କଣ୍ଟାମାଳ ସମେତ ସବୁଠି ଲାଗି ଲାଗିରହିଛି ପ୍ରବଳ ଗ୍ରୀଷ୍ମପ୍ରଭାବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743234697.jpg)