Advertisment

HeatWave from February: ଗାଏବ ହେଲାଣି ଶୀତ, ଫେବ୍ରୁଆରୀରୁ ତାତିବ ଓଡ଼ିଶା

ବିଗତ କିଛି ଦିନ ହେବ ତାପମାତ୍ରା ଅସ୍ବାଭାବିକ ଭାବରେ ବୃଦ୍ଧି ପାଇଛି। ଏବେ ରାତି ଓ ଦିନର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩-୪ ଡିଗ୍ରୀ ଅଧିକ ରହିଛି। ଆସନ୍ତା ୫ ଦିନ ପରେ ଆହୁରି ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତାତି ଧୀରେ ଧୀରେ ବଢ଼ିବ ବୋଲି କୁହାଯାଉଛି।

ଅଦ୍ୟତନ ହୋଇଛି
heat wave

heat wave

Advertisment

ସାଧାରଣତଃ ଫେ‍ବୃଆରୀ ମାସ ବେଳକୁ ଶୀତ ଏହାର ପ୍ରକୋପ ଦେଖାଉଥାଏ। ତେବେ ଚଳିତ ବର୍ଷ ଏହି ଧାରାରେ ବିରାମ ଲାଗିବାକୁ ଯାଉଛି। ଶୀତର ପ୍ରକୋପ ହ୍ରାସ ପାଇଥିବା ବେଳେ ଫେବୃଆରୀ ମାସରୁ ତାପମାତ୍ରା ବୃଦ୍ଧି ପାଇବ ବୋଲି ଜଣାପଡିଛି। ଏବର୍ଷ ଫେବ୍ରୁଆରୀରୁ ତାତିବ ଓଡ଼ିଶା। ସରିଲା ଶୀତ, ବଢ଼ିଲା ଖରା। ରାଜ୍ୟରେ ଆଗାମୀ କିଛି ଦିନରେ ପାରଦ ୫ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୂମାନ କରିଛି।

Advertisment

ବିଗତ କିଛି ଦିନ ହେବ ତାପମାତ୍ରା ଅସ୍ବାଭାବିକ ଭାବରେ ବୃଦ୍ଧି ପାଇଛି। ଏବେ ରାତି ଓ ଦିନର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩-୪ ଡିଗ୍ରୀ ଅଧିକ ରହିଛି। ଆସନ୍ତା ୫ ଦିନ ପରେ ଆହୁରି ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତାତି ଧୀରେ ଧୀରେ ବଢ଼ିବ ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: କଲବଲ କରିବ ତାତି, ତାପମାତ୍ରା ୨ରୁ ୪ଡିଗ୍ରୀ ଯାଏ ବଢିବା ସମ୍ଭାବନା

ଅଧିକାଂଶ ଜିଲ୍ଲାରେ ସ୍ବାଭାବିକଠାରୁ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ରହିଛି। ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ବୃଦ୍ଧିର ଅଧିକ ପ୍ରଭାବ ରହିବ। ତେବେ ଉପକୂଳ ଓଡିଶାରେ ରାତିର ତାପମାତ୍ରା ଅହେତୁକ ଭାବରେ ବଢିବ। ମେଘମୁକ୍ତ ଆକାଶ ପାଇଁ ପାରଦ ଉପରମୁହାଁ ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ମାତ୍ର ଆସନ୍ତା କିଛି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଦେବ। ଆସନ୍ତା ୨-୩ ଦିନ ଘନ କୁହୁଡି ରାଜ୍ୟକୁ କଲବଲ କରିବ। ୨୪ ଘଣ୍ଟା ଯାଏଁ ଘନ କୁହୁଡି ନେଇ ୧୦ ଜିଲ୍ଲା କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, କଟକ ଓ କେନ୍ଦୁଝରକୁ ୟେଲୋ ଆଲର୍ଟ ଜାରି ହୋଇଛି। ଆସନ୍ତା ୨ ତାରିଖ ଯାଏ ରାଜ୍ୟରେ କୁହୁଡ଼ିର ପ୍ରଭାବ ରହିବ। କିଛି ସ୍ଥାନରେ ଦୃଶ୍ୟମାନ ୫୦ ମିଟର ତଳକୁ ଖସିବ। କିଛି ସ୍ଥାନରେ ଜିରୋ ଭିଜିବିଲିଟି ନେଇ ଆଲର୍ଟ ବି ଜାରି ହୋଇଛି। ଏହି ସମୟରେ ଗାଡି ଚାଳନା ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଚାଷୀଙ୍କ ପାଇଁ ଖୁସି ଖବର; ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ

Winter Heatwave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ