Advertisment

Weather Update: ୧୭ରୁ ପୁଣି ଥରାଇବ ଶୀତ, ୨-୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା

ରାଜ୍ୟରେ ପୁଣି ବଢିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ଥରାଇବ ଜାଡ। ତେବେ ଆସନ୍ତା ୧୭ ପରଠାରୁ ତାପମାତ୍ରା କମିବା ସହିତ ପୁଣି ଥରେ ଶୀତ ଥରାଇବ। ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

winter

winter

Advertisment

ରାଜ୍ୟରେ ପୁଣି ବଢିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ଥରାଇବ ଜାଡ। ତେବେ ଆସନ୍ତା ୧୭ ପରଠାରୁ ତାପମାତ୍ରା କମିବା ସହିତ ପୁଣି ଥରେ ଶୀତ ଥରାଇବ। ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମା ଝଡର ପ୍ରଭାବରୁ ବିଗତ କିଛି ଦିନ ହେବ ଶୀତ କମିବାରେ ଲାଗିଛି।

Advertisment

ମାତ୍ର ପଶ୍ଚିମା ଝଡ କମିବା ପରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହ ବଢିବ। ଫଳରେ ରାଜ୍ୟରେ ପୁଣି ଶୀତ ଲହରୀ ଅନୁଭୁତ ହେବ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ରାତିର ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ। ୧୬ ତାରିଖ ଯାଏ ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ରାତି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ। ୧୬ ତାରିଖ ଯାଏ ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ଆଜି ସକାଳ ସାଢେ ୮ଟା ଯାଏ ୬ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୱାର୍ଣ୍ଣିଂ ଜାରି ହୋଇଛି । ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, କଟକ ଏବଂ ଖୋର୍ଦ୍ଧାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ ।

Advertisment

ଅଧିକ ପଢ଼ନ୍ତୁ: ୧୦ ଡିଗ୍ରୀ ତଳେ ୮ ସହର, ରାଉରକେଲା ପାଲଟିଲା ସବୁଠୁ ଥଣ୍ଡା ସହର

ଡିସେମ୍ବର ଓ ଜାନୁଆରୀରେ ପଡ଼େ ପ୍ରବଳ ଶୀତ। ହାତୋଗୋଡ଼ କାଲୁଆ ପଡ଼ିଯାଏ। କିନ୍ତୁ ଏବର୍ଷ ବିରାଟ ବ୍ୟତିକ୍ରମ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥ୍ୟ କହୁଛି, ଗତ ୧୦ ବର୍ଷରେ ରାଜ୍ୟରେ ଏମିତି ଟ୍ରେଣ୍ଡ ଦେଖିବାକୁ ମିଳିଛି। ଅଧିକାଂଶ ସହରରେ ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହୁଛି। ୨୦୨୨ ଡିସେମ୍ବରରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ସେହିପରି ୨୦୨୦ ଡିସେମ୍ବରରେ ବାଲେଶ୍ୱରରେ ୩୩.୪, ପାରାଦୀପରେ ୩୧.୨, ଝାରସୁଗୁଡ଼ାରେ ୩୩, ୨୦୧୫ରେ କେନ୍ଦୁଝରରେ ୩୨.୯ ଓ ୨୦୧୨ରେ ପୁରୀରେ ଡିସେମ୍ବରରେ ପାରଦ ରହିଥିଲା ୩୧.୬ ଡିଗ୍ରୀ ସେଲସିୟସ୍।

ଅଧିକ ପଢନ୍ତୁ:  ପୁଣି ମୁଣ୍ଡ ଟେକିଲା ସେବାୟତ ବିବାଦ; ମକରରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ

Advertisment
Cold Wave Winter Update Winter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ