Weather Report
୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହ। ଘଡ଼ଘଡ଼ି ସହ ବର୍ଷା ନେଇ SRCଙ୍କ ଅଫିସ୍ ପକ୍ଷରୁ ଏଭଳି ସତର୍କତା ଜାରି କରାଯାଇଛି। କାଲିଠାରୁ ୧୭ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଠିଂ ଜାରି କରାଯାଇଛି। କାଲି ପାଇଁ ରାଜ୍ୟର ୮ଟି ଜିଲ୍ଲାକୁ SRCଙ୍କ ଅଫିସ୍ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ କରାଯାଇଛି।
ସେହି ଜିଲ୍ଲାଗୁଡକ ହେଲା- କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର। ସେହିପରି ୧୪ରୁ ୧୫ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ୧୫ରୁ ୧୭ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶା ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି।
୧୪ ତାରିଖରୁ ୧୫ ତାରିଖ ସକାଳ ପର୍ଯ୍ୟନ୍ତ: ମୟୁରଭଞ୍ଜ, କେଉଁଝର, ଯାଜପୁର, ଭଦ୍ରକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ରାୟଗଡା
୧୫ ତାରିଖରୁ ୧୬ ତାରିଖ ସକାଳ ପର୍ଯ୍ୟନ୍ତ: ମୟୁରଭଞ୍ଜ, କେଉଁଝର, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନାଗିରି
୧୬ ତାରିଖରୁ ୧୭ ତାରିଖ ସକାଳ ପର୍ଯ୍ୟନ୍ତ: ମୟୁରଭଞ୍ଜ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନାଗିରି ଓ ନବରଙ୍ଗପୁର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649768569.jpg)