Advertisment

ଶନିବାର ରାତିରେ ଆସିବ ବନ୍ୟା !

ରାକୁଦରୁ ଆସୁଥିବା ଜଳ ଶନିବାର ସକାଳ ସୁଦ୍ଧା ମୁଣ୍ଡଳିରେ ବଢ଼ିବ। ଶନିବାର ସକାଳରୁ ମଧ୍ୟାହ୍ନ ଭିତରେ ୮ ଲକ୍ଷ କ୍ୟୁସେକ୍ ପାସ୍ କରିବ। ମୁଣ୍ଡଳିରେ ମଧ୍ୟାହ୍ନରେ ଗଲେ ରାତି ସୁଦ୍ଧା ତଳିଆ ଅଞ୍ଚଳରେ ପହଞ୍ଚିବ। କେନ୍ଦ୍ରାପଡ଼ା, ପୁରୀ ଆଦି ଜିଲ୍ଲାରେ ଶନିବାର ରାତିରେ ପାସ୍ କରିବ। ସମ୍ବାବ୍ୟ ବନ୍ୟା ପରିସ୍ଥିତିକୁ ଦେଖି ପ୍ରଭାବିତ ହେବାକୁ ଥିବା ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରଖାଯାଇଛି।

ଅଦ୍ୟତନ ହୋଇଛି
Flood Water Munduli

Flood Water Munduli

Advertisment

ଭୁବନେଶ୍ୱର: ମହାନଦୀରେ ଆସିପାରେ ବନ୍ୟା। ଶନିବାର ଦିନ କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଏକ ମଧ୍ୟମ ଧରଣର ବନ୍ୟା ହୋଇପାରେ। ଆଜି ଏନେଇ ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି। ହୀରାକୁଦକୁ ୫.୨୦ ଲକ୍ଷ କୁସେକ୍ ଜଳ ପଶୁଛି, ୪.୮୦ ଲକ୍ଷ ବାହାରୁଛି। ହୀରାକୁଦରୁ ଆସୁଥିବା ଜଳ ଶନିବାର ସକାଳ ସୁଦ୍ଧା ମୁଣ୍ଡଳିରେ ବଢ଼ିବ। ଶନିବାର ସକାଳରୁ ମଧ୍ୟାହ୍ନ ଭିତରେ ୮ ଲକ୍ଷ କ୍ୟୁସେକ୍ ପାସ୍ କରିବ।

Advertisment

ମୁଣ୍ଡଳିରେ ମଧ୍ୟାହ୍ନରେ ଗଲେ ରାତି ସୁଦ୍ଧା ତଳିଆ ଅଞ୍ଚଳରେ ପହଞ୍ଚିବ। କେନ୍ଦ୍ରାପଡ଼ା, ପୁରୀ ଆଦି ଜିଲ୍ଲାରେ ଶନିବାର ରାତିରେ ପାସ୍ କରିବ। ଶନିବାର ରାତିରେ ଏକ ଛୋଟ/ମଧ୍ୟମ ଧରଣର ବନ୍ୟା ପାସ୍ କରିବ। ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ୬ଟି ଜିଲ୍ଲାରେ ୩୦ ଟିମ୍ ଓଡ୍ରାଫ୍, ୧୨ ଟିମ୍ NDRF ମୁତୟନ ହୋଇଛି। ତେବେ ଏଯାଏଁ ସେମିତି ଉଦବେଗଜନକ ସ୍ଥିତି ନାହିଁ  SRC କହିଛନ୍ତି। 

ସମ୍ବାବ୍ୟ ବନ୍ୟା ପରିସ୍ଥିତିକୁ ଦେଖି ପ୍ରଭାବିତ ହେବାକୁ ଥିବା ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରଖାଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ ଏବଂ ପୁରୀ ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି। ଗାଁ ଲୋକଙ୍କୁ ବି ଏନେଇ ସତର୍କ ରହିବାକୁ କୁହାଯାଇଛି।

Advertisment
Odisha Natural Disaster Hirakud Dam Flood Situation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ