Advertisment

Southwest Monsoon: ପାଗ ଅନୁକୂଳ; ୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ

ଖୁସି ଖବର। ୨୪ ଘଣ୍ଟାରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ କେରଳ ଛୁଇଁବା ନେଇ ପାଣିପାଗ କେନ୍ଦ୍ର ( IMD) ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଅଦ୍ୟତନ ହୋଇଛି
Early Monsoon

Early Monsoon

Advertisment

ଖୁସି ଖବର। ୨୪ ଘଣ୍ଟାରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ କେରଳ ଛୁଇଁବା ନେଇ ପାଣିପାଗ କେନ୍ଦ୍ର ( IMD) ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ମୌସୁମୀ ପାଇଁ ପାଗ ଅନୁକୂଳ ଅଛି। ଏଥିପାଇଁ ସଅଳ ମୌସୁମୀ କେରଳ ଛୁଇଁବ। ୧୬ ବର୍ଷ ପରେ ଏଥର ସଅଳ କେରଳ ଛୁଇଁବ ମୌସୁମୀ ଛୁଇଁବ। ୨୦୦୯ ମେ'୨୩ରେ କେରଳ ଛୁଇଁଥିଲା ମୌସୁମ॥

ସାଧାରଣତଃ ମୌସୁମୀ ବାୟୁ ଜୁନ ୧ରେ କେରଳ ଛୁଇଁଥାଏ । ଏଥର ଆଗୁଆ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି। ତେବେ ମୌସୁମୀ କେରଳ ଛୁଇଁବାର ୧୦ ଦିନ ଭିତରେ ଓଡ଼ିଶା ଛୁଇଁଥାଏ । ଯଦି ଆଗୁଆ କେରଳ ଛୁଇଁବ ତେବେ ଓଡ଼ିଶାରେ ବି ଆଗୁଆ ମୌସୁମୀ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି । ମୌସୁମୀ କେବେ ଓଡ଼ିଶା ଛୁଇଁବ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

Advertisment

ସୂଚନାଯୋଗ୍ୟ, ମେ’ ୧୩ ତାରିଖରେ ଆଣ୍ଡାମାନ ଛୁଇଁଥିଲା ମୌସୁମୀ ବାୟୁ। ଦୁଇ ସପ୍ତାହ ପରେ ମୌସୁମୀ ମେ' ୨୭ରେ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ ।

ଅଧିକ ପଢ଼ନ୍ତୁ: ତାତିରୁ ମିଳିବ ଆଶ୍ୱସ୍ତି; ଏଥର ଆଗୁଆ ଓଡ଼ିଶା ଛୁଇଁପାରେ ମୌସୁମୀ

Weather Weather Update Rain Warning Monsoon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ