ଏହି ଦିନ ଆଣ୍ତାମାନ ଛୁଇଁବ ମୌସୁମୀ ବାୟୁ, ପାଣିପାଗ ବିଭାଗ ତରଫରୁ ମିଳିଲା ସୂଚନା

ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁବ। ଏହା କହିଛି ଭୁବନେଶ୍ୱର ପାଣିପାଗ ବିଭାଗ ।

Monsoon

ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁବ। ଏହା କହିଛି ଭୁବନେଶ୍ୱର ପାଣିପାଗ ବିଭାଗ । କେରଳକୁ ମୌସୁମୀ ବାୟୁ ଛୁଇଁବା ପରେ କୁହାଯାଇପାରିବ ଯେ, ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି ଏହା କହିଛନ୍ତି ।

ସେପଟେ ଗୁରୁବାରରୁ ପୁଣି ବଢ଼ିବ ତାତି । ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୫ ଦିନ ଯାଏ ହିଟ୍ ୱେଭ ହେବନି ବୋଲି କୁହାଯାଇଛି । ଦୁଇ ଦିନ ଯାଏ କେତେକ ସ୍ଥାନରେ ବର୍ଷା ଘଡ଼ଘଡ଼ି ଓ ପବନ ହୋଇପାରେ । ଅନ୍ୟପଟେ ଗତ କିଛିଦିନ ତଳେ ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା ଭୟଙ୍କର ‍କ୍ଷତି କରିଥିଲା ।

ସେହିପରି ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଯୋଗୁ ତାତିରୁ ମିଳିଛି ଆଶ୍ୱସ୍ତି । କିନ୍ତୁ କିଛିଦିନ ତଳେ ହୋଇଥିବା ବିଳମ୍ବିତ ରାତିର କାଳବୈଶାଖୀ ବର୍ଷା ଟ୍ୱିନ୍ ସିଟିକୁ ଅସ୍ତବ୍ୟସ୍ତ କରିପକାଇଥିଲା । ହଠାତ କିଛି ସମୟ ପାଇଁ ଘଡଘଡ଼ି ବିଜୁ ସହ ପ୍ରବଳ ବର୍ଷା ହୋଇଥିଲା । ଏମିତିକି ତୁହାକୁ ତୁହା ଜୋରରେ ପବନ ବହିଥିଲା । ଫଳରେ ବିଦ୍ୟୁତ୍ କାଟ ହେବା ସାଙ୍ଗକୁ ରାସ୍ତାରେ କିଛି ସମୟ ପାଇଁ ଗାଡିମୋଟର ଚଳାଚଳରେ ବାଧା ଉପୁଜିଥିଲା ।

କିଛି କିଛି ତଳିଆ ସ୍ଥାନରେ ପାଣି ଜମି ରହିଥିଲା । ତଳିଆ ଅଞ୍ଚଳରେ ଘରେ କରି ରହୁଥିବା ଲୋକଙ୍କ ଘରେ ପାଣି ମଧ୍ୟ ପଶିଯାଇଥିଲା । କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ଭାରି ବର୍ଷା ହୋଇଛି । ଭୁବନେଶ୍ୱରରେ ୭୬.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଚଳିତ ବର୍ଷ ଏହା ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଭାରି ବର୍ଷା ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଆସନ୍ତା ୧୫ ତାରିଖ ଯାଏ ଝଡ଼ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇଛି । ୧୭ ତାରିଖ ବେଳକୁ ପୁଣି ରାଜ୍ୟକୁ ତାତି ଫେରିବ । ମେ' ୧୭ରୁ ୨୩ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ବୃଦ୍ଧି ସାଙ୍ଗକୁ ତାତି ଫେରିବା ସମ୍ଭାବନା ରହିଛି । ସୂଚନା ଅନୁଯାୟୀ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଦକ୍ଷିଣ ଝାଡଖଣ୍ଡରୁ ଉତ୍ତର ଓଡ଼ିଶା ଦେଇ ରାଜସ୍ଥାନ ଯାଏ ଏକ ଟ୍ରପଲାଇନ୍ ଲମ୍ବିଛି । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା ପବନ ।