କେରଳ ଛୁଇଁଲା ମୌସୁମୀ
କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସ୍ବାଭାବିକ ତାରିଖର ୮ ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମୀ । ସାଧାରଣତଃ ଜୁନ୍ ୧ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥାଏ । କିନ୍ତୁ ଏଥର ୧୬ ବର୍ଷ ପରେ ମୌସୁମୀ ସଅଳ କେରଳ ଛୁଇଁଛି । ଶେଷ ଥର ପାଇଁ ୨୦୦୯ ମସିହା ମେ’ ୨୩ ତାରିଖରେ କେରଳ ଛୁଁଇଥିଲା ମୌସୁମୀ ବାୟୁ । ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ଦିଆଯାଇଛି ।
ଅଧିକ ପଢ଼ନ୍ତୁ: ସିଝିବା ପରେ ଭିଜିଲା ରାଜଧାନୀ; ଟ୍ୱିନ ସିଟିକୁ କାଳବୈଶାଖୀ ଆଲର୍ଟ
ସାଧାରଣତଃ ମୌସୁମୀ କେରଳ ଛୁଇଁବାର ୧୦ ଦିନ ଭିତରେ ଓଡ଼ିଶା ଛୁଇଁଥାଏ । ତେଣୁ ଏଥର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗୁଆ କେରଳ ଛୁଇଁବା ପରେ ଓଡ଼ିଶାରେ ବି ଆଗୁଆ ମୌସୁମୀ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ମୌସୁମୀ କେବେ ଓଡ଼ିଶା ଛୁଇଁବ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
ସୂଚନାଯୋଗ୍ୟ, ମେ’ ୧୩ ତାରିଖରେ ଆଣ୍ଡାମାନ ଛୁଇଁଥିଲା ମୌସୁମୀ ବାୟୁ । ଦୁଇ ସପ୍ତାହ ପରେ ମୌସୁମୀ ମେ' ୨୭ରେ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ । କିନ୍ତୁ ଆଜି ଅର୍ଥାତ ମେ’ ୨୪ରେ ମୌସୁମୀ କେରଳ ଛୁଇଁଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748069034.jpg)