Advertisment

୨୦ରୁ ଖସିବ ତାତି, ୨୧ରୁ ବର୍ଷିବ !

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦେଖି ଅଂଶୁଘାତ ଡର। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଚଳିତ ସିଜନରେ ଏଯାଏଁ ୨୦ଟି ଅଂଶଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି।

ଅଦ୍ୟତନ ହୋଇଛି
undefined

Heat Wave

Advertisment

ଗ୍ରୀଷ୍ମ ଋତୁରେ ଖରା ତ ହୁଏ। ଏ ବର୍ଷର କଥା କିନ୍ତୁ ଅଲଗା । ସତେ ଯେମିତି ଆକାଶରୁ ନିଆଁ ବର୍ଷା ହେଉଛି। ସବୁଦିନ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ଯାଏଁ ରହୁଛି। ଏହାରି ଭିତରେ ଚଳିତ ବର୍ଷ ଅଂଶୁଘାତରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିବା ବେଳେ ଜଣଙ୍କର ମୃତ୍ୟୁ ଅଂଶୁଘାତଜନିତ ବୋଲି ସ୍ପଷ୍ଟ ହୋଇଛି। ତେବେ ୨୧ ତାରିଖରୁ ବର୍ଷାର ବିସ୍ତୃତି ବଢିବା ସହ ୨୨ରେ ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି  ପାଣିପାଗ ବିଭାଗ।

Advertisment

ଏ ବର୍ଷ ଖରା ଭଳିଆ ଖରା ହେଉଛି ... ଟାଇଁ ଟାଇଁ ଖରାରେ ମୁଣ୍ଡ ପୁରା ଝାଇଁ ଝାଇଁ। ଦିନ ୧୦ ଟା ନ ହେଉଣୁ ଏମିତି ଝାଞ୍ଜି ଯେ, ଦିହ ତ ଦିହ - ସତେ ଯେମିତି ହାଡ଼ ତାତି ଯାଉଛି। ରାସ୍ତା କଡ଼ରେ ଟିକେ ଛାଇ ଦେଖିଲା ମାତ୍ରେ ଦେହ ଚାହୁଁଛି, ଟିକିଏ ଥକା ମେଣ୍ଟାଇ ଦିଏଁ, ପାଣି ଟିକେ ପିଇ ଦିଏ। ୧୦-୧୧ଟା ହେଲା ମାନେ ରାସ୍ତାଘାଟ ପୁରା ଶୁନଶାନ।.. ଗୋଟିଏ ଦୁଇଟି ଜାଗା ନୁହେଁ, ପୁରା ରାଜ୍ୟର ଏଭଳି ଅବସ୍ଥା। ଆଗରୁ ପାରଦ ୪୦ ଡିଗ୍ରୀ ଟପିଲେ ଯେମିତି ହୁଲସ୍ତୁଲ ହେଉଥିଲା, ଏବେ ତାହା ସାଧାରଣ କଥା। ସର୍ବୋଚ୍ଚ ତାପମାତ୍ରା ସବୁ ଦିନ ୪୪-୪୫ ଡିଗ୍ରୀ ରହୁଛି। ଅଧା ଆଷାଢ଼ ସରିଗଲା ସିନା ନା ବର୍ଷା ହେଉଛି, ନା ତାତି କମୁଛି। 

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦେଖି ଅଂଶୁଘାତ ଡର। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଚଳିତ ସିଜନରେ ଏଯାଏଁ ୨୦ଟି ଅଂଶଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି। ସେଥିମଧ୍ୟରୁ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ଅଂଶୁଘାତରେ ଜଣକର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ସେପଟେ ଅଂଶୁଘାତର ମୁକାବିଲା ପାଇଁ କଟକ ବଡ଼ ମେଡିକାଲ, କ୍ୟାପିଟାଲ ହସପିଟାଲ, ବାଲେଶ୍ବର ମେଡିକାଲ କଲେଜ ଓ ହସପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। 

Advertisment

ସେପଟେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଆସନ୍ତା ୨୦ ତାରିଖରୁ ତାତି କମିବ। ତା ପରବର୍ତ୍ତୀ ୨ ଦିନ ମଧ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ରହିଛି। ଆଶ୍ବସ୍ତିର କଥା ହେଉଛି ୨୧ରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା  ସମ୍ଭାବନା ଥିବା ବେଳେ ୨୨ରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। 

Heat Wave Heavy Rainfall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ