Advertisment

ସିକିମରେ ପ୍ରବଳ ବର୍ଷା ! ଧସିଲା ପାହାଡ଼, ଆଖିଆଗରେ ଭାସିଗଲା ଅନେକ ଘରଦ୍ୱାର

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । କ୍ୟାମେରାରେ କଏଦ ପ୍ରକୃତିର ତାଣ୍ଡବ ଦୃଶ୍ୟ ।

ଅଦ୍ୟତନ ହୋଇଛି
Sikkim Heavy Rain

Sikkim Heavy Rain

Advertisment

ପ୍ରବଳ ବର୍ଷାରେ ବେହାଲ ହୋଇଛି ସିକିମ । ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାଦଲ ଫଟା ବର୍ଷା ଯୋଗୁ ପାହାଡ଼ ଧସିବା ସହ ଅନେକ ଘରଦ୍ୱାର ଭାସି ଯାଇଛି । ହଠାତ ମୂଷଳଧାରାରେ ବର୍ଷା ହେବାରୁ ଏକ ପାହାଡ଼ ଆଖି ପିଛୁଳାକେ ପାଣିରେ ମିଶିଯାଇଛି। ଏହା ସହ ଏକ ପୋଲ କାମରେ ନିୟୋଜିତ ଜେସିବି ଓ ଟ୍ରକ ସବୁ ଭାସି ଯାଇଛି। ଖାଲି ଏତିକି ନୁହେଁ, ପାହାଡ଼ କଡ଼ରେ ଥିବା ଅନେକ ଘର ପାଣିରେ ଭାସିଯାଇଛି। କ୍ୟାମେରାରେ ମଧ୍ୟ କଏଦ ହୋଇଛି ସବୁ ଦୃଶ୍ୟ। ଏପରିକି ପ୍ରବଳ ବର୍ଷା ଯୋଗୁ ବନ୍ୟା ଆସି ଉତ୍ତର ସିକିମର ଚୁଙ୍ଗଥାଙ୍ଗ ଠାରେ ରାସ୍ତା ଧୋଇଯାଇଛି। ସିଙ୍ଗଟାମ୍ ଓ ରଙ୍ଗରାମ ଠାରେ ଭୁସ୍ଖଳନ ଘଟି ଯୋଗାଯୋଗ ମଧ୍ୟ ବ୍ୟାହତ ହୋଇଛି। ଏବେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଛି।

Advertisment

ଅନ୍ୟପଟେ ଗତକାଲି ଆସାମରେ ଦେଖାଯାଇଥିଲା ବନ୍ୟା ସ୍ଥିତି। ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବ୍ରହ୍ମପୁତ୍ର ନଦୀ। ଫଳରେ ଅନେକ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇଛି । ୧୩ ଜିଲ୍ଲାର ପ୍ରାୟ ୩୮ ହଜାର ଲୋକେ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ୭୭ଟି ଗାଁ ପାଣି ଘେରରେ ରହିଥିବା ବେଳେ ୨୦୯.୬୭ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି। ସ୍ଥିତି ମୁକାବିଲା ଲାଗି ପ୍ରସ୍ତୁତ ଥିବା କହିଛନ୍ତି ରାଜ୍ୟ ସରକାର। ନଦୀରେ ପାଣି ବଢ଼ୁଥିବାରୁ ଗୁଆହାଟୀ ନିକଟରେ ଜଳମଗ୍ନ ହୋଇଗଲାଣି ତଳିଆ ଅଞ୍ଚଳ। ବୁଡ଼ିଗଲାଣି ରାସ୍ତାଘାଟ। ପାଣି ଘେରରେ ରହିଛି କନଷ୍ଟ୍ରକ୍ସନ ସାଇଟ୍। ବ୍ରହ୍ମପୁତ୍ର ନଦୀ ମଝିରେ ଥିବା ଭଗବାନ ବିଷ୍ଣୁଙ୍କର ଅନନ୍ତ ଶୟନ ମୂର୍ତ୍ତି ମଧ୍ୟ ବୁଡ଼ିଯାଇଥିଲା । ଖାଲି ଗୁଆହାଟୀ କାହିଁକି, ଆସାମର ଅନେକ ଜିଲ୍ଲାରେ ତଳିଆ ଅଞ୍ଚଳରେ ପଶିଲାଣି ବ୍ରହ୍ମପୁତ୍ର ନଦୀର ପାଣି।

ସେହିଭଳି ଓଡ଼ିଶାରେ ମଧ୍ୟ ଗତରାତିରେ ପ୍ରବଳ ବର୍ଷିଛି । ଲୋକଙ୍କୁ ଅସହ୍ୟ ତାତିରୁ ଆଶ୍ୱସ୍ତି ମିଳିଛି । ଆସନ୍ତା ୨ରୁ ୩ ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳକୁ ମୌସୁମୀ ବାୟୁ ପ୍ରବେଶ କରିଛି । ଆସନ୍ତାକାଲିଠାରୁ ବଦଳିବାକୁ ଯାଉଛି ରାଜ୍ୟ ପାଣିପାଗ । ୨୧ ତାରିଖରେ ପାକ୍ ମୋସୁମୀ ବର୍ଷା ଆରମ୍ଭ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Advertisment
Weather News Heavy Rain Heat Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ