Advertisment

ଫୁଲୁଛି ନଦୀର ଜଳ ସ୍ତର, ୧୨ ଜିଲ୍ଲାକୁ ଆଲର୍ଟ

ଲଘୁଚାପ ବର୍ଷାରେ ଉପକୂଳ ଓ ଉତ୍ତର ଓଡ଼ିଶାର ଅନେକ ସ୍ଥାନ ଜଳବନ୍ଦୀ। କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କୋଣାର୍କରେ ଗତକାଲିଠାରୁ ଜାରି ରହିଛି ବର୍ଷା।  ଜଗତସିଂହପୁରରେ ପ୍ରବଳ ବର୍ଷା ଯୋଗୁଁ ଘର ଭିତରେ ଅଣ୍ଟାଏ ପାଣି ଜମିଛି। ପାରାଦୀପ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ଭାଙ୍ଗୁଛି।

Jalaka River

Jalaka River

Advertisment

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳ ସ୍ତର ବଢ଼ୁଛି। ମହାନଦୀ ଓ ଏହାର ଶାଖା ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି। ଦେବୀ, କୁଶଭଦ୍ରା, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧରା ଏବଂ ରୁଷିକୂଲ୍ୟା ନଦୀର ଜଳ ସ୍ତର ଫୁଲୁଛି। ମଥାନୀ ଠାରେ ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ତେବେ ଅନ୍ୟ ନଦୀରେ ଜଳ ସ୍ତର ବଢ଼ୁଥିଲେ ବି ବିପଦ ସଂକେତ ତଳେ ପ୍ରବାହିତ ହେଉଛି।

Advertisment

ସେପଟେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଅବବାହିକା ନେଇ ସେଣ୍ଟ୍ରାଲ ୱାଟର କମିଶନ ସତର୍କତା ପରାମର୍ଶ ଜାରି କରିଛି। ବ୍ରାହ୍ମଣୀ ଓ ଏହାର ଶାଖା ନଦୀ ବଢ଼ୁଥିବାରୁ ୬ ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି। ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, ଯାଜପୁର ପାଇଁ ସତର୍କତା ଜାରି କରାଯାଇଛି।

ସେହିପରି କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ବୈତରଣୀର ଜଳ ସ୍ତର ବୃଦ୍ଧି ପାଇବା ସମ୍ଭାବନା ରହିଛି। ମହାନଦୀର ଜଳ ସ୍ତର ବଢ଼ୁଥିବାରୁ ୬ ଜିଲ୍ଲା କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଝାରସୁଗୁଡ଼ା, ବଲାଙ୍ଗିର ପ୍ରଭାବିତ ହେବା ଆଶଙ୍କା ରହିଛି।  

Advertisment

ଲଘୁଚାପ ବର୍ଷାରେ ଉପକୂଳ ଓ ଉତ୍ତର ଓଡ଼ିଶାର ଅନେକ ସ୍ଥାନ ଜଳବନ୍ଦୀ। କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କୋଣାର୍କରେ ଗତକାଲିଠାରୁ ଜାରି ରହିଛି ବର୍ଷା।  ଜଗତସିଂହପୁରରେ ପ୍ରବଳ ବର୍ଷା ଯୋଗୁଁ ଘର ଭିତରେ ଅଣ୍ଟାଏ ପାଣି ଜମିଛି। ପାରାଦୀପ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ଭାଙ୍ଗୁଛି। 

ଗତ ୨୪ ଘଣ୍ଟା ଭିତରେ ପାରାଦୀପରେ ସର୍ବାଧିକ୧୨୭ ମିଲିମିଟର ବର୍ଷା ହୋଇଥିବା ବେଳେ ଜଗତସିଂହପୁରରରେ ୧୦୨, ବାଲିକୁଦାରେ ୯୬ ଏବଂ କୁଜଙ୍ଗରେ ୯୧ ମିଲିମିଟର ବର୍ଷା ରେକର୍ଡ ହୋଇଛି।  ୱେଲମାର୍କ ଲୋପ୍ରେସରରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଆସନ୍ତା ୮ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତାକାଲି ବି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

Advertisment
Rain In Odisha Heavy Rainfall In Odisha Weather In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ