Advertisment

ଲଗାଣ ବର୍ଷା ଯୋଗୁଁ ୨ ଦିନ ସ୍କୁଲ ଛୁଟି

ଗଭୀର ଅବପାତ ଯୋଗୁ ଦିନ ତମାମ ବର୍ଷିବ। ୭ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଲାଗି ରହିବ। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ନୟାଗଡ଼ ବର୍ଷା ଲାଗି ରହିବ। ଗଭୀର ଅବପାତ ପ୍ରଭାବରେ ପଶ୍ଚିମ ଓଡ଼ିଶା ବି ପ୍ରଭାବିତ ହେବ। ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବରଗଡ଼ରେ ପ୍ରବଳ ବର୍ଷିବ। ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ଅବପାତ ସ୍ଥିତିକୁ ଆସିବ।

ଅଦ୍ୟତନ ହୋଇଛି
Sameer Dash

Sameer Dash

Advertisment

ଭୁବନେଶ୍ୱର: ଲଗାଣ ବର୍ଷା ପାଇଁ ୧୨ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଓ୍ବାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ ଆଜି ଓ କାଲି ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସ୍କୁଲ ଛୁଟି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସେହି ଜିଲ୍ଲାଗୁଡିକ ହେଲା- କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବରଗଡ଼ ଓ ଜଗତସିଂହପୁର।

Advertisment

ଗଭୀର ଅବପାତ ଯୋଗୁ ଦିନ ତମାମ ବର୍ଷିବ। ୭ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଲାଗି ରହିବ। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ନୟାଗଡ଼ ବର୍ଷା ଲାଗି ରହିବ। ଗଭୀର ଅବପାତ ପ୍ରଭାବରେ ପଶ୍ଚିମ ଓଡ଼ିଶା ବି ପ୍ରଭାବିତ ହେବ। ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବରଗଡ଼ରେ ପ୍ରବଳ ବର୍ଷିବ। ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ଅବପାତ ସ୍ଥିତିକୁ ଆସିବ।

ପଢନ୍ତୁ: ୮୭ ବର୍ଷର ରେକର୍ଡ ଭାଙ୍ଗିଲା ପୁରୀ

ଜଗତସିଂହପୁର ଜିଲ୍ଲାରେ ଲଗାଣ ବର୍ଷାରେ ଲୋକେ ଅସ୍ତବ୍ୟସ୍ତ। ୩ ଦିନ ବର୍ଷା ଲାଗି ରହିବାରୁ ଅନେକ ଲୋକଙ୍କ ଘରେ ପାଣି ପଶିଛି। ବାଲିକୁଦା, ଏରସମା, ତିର୍ତ୍ତୋଲ, ନାଉଗାଁ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଜଳବନ୍ଦୀ ଅବସ୍ଥାରେ ଥିବାରୁ ରିଲିଫ୍ ପାଇଁ ଲୋକମାନେ ଅପିଲ୍ କରିଛନ୍ତି। ତେବେ ପାରାଦୀପ ଉପକୂଳରେ ସମୁଦ୍ର ଅଶାନ୍ତ ରହିଥିବାରୁ ବର୍ଷା ସହ ହାଲୁକା ପବନ ବହୁଛି। ଲଗାଣ ବର୍ଷାରେ ମଧୁବନ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀ ରହିଛି। ଅନେକ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି। ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି। କୁଜଙ୍ଗରେ ଗଛ ସାଙ୍ଗକୁ କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଛି।

Advertisment
School Heavy Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ