Advertisment

ଘର ମରାମତି ପାଇଁ ହିତାଧିକାରୀଙ୍କୁ ମିଳିବ ସହାୟତା

ଖଣି ଅଞ୍ଚଳ ପକ୍କା ଘର ଯୋଜନା ହିତାଧିକାରୀଙ୍କୁ ବି ଏହି ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରୀୟ ଯୋଜନାରେ ଘର ପାଇବାରୁ ବଞ୍ଚିତ ଲୋକଙ୍କୁ ଏହି ସହାୟତା ମିଳିବ ।

ଅଦ୍ୟତନ ହୋଇଛି
CM Naveen Patnaik’s announcements

CM Naveen Patnaik’s announcements

Advertisment

ଭୁବନେଶ୍ୱର: ଘର ମରାମତି ପାଇଁ ମିଳିବ ସହାୟତା। ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ମରାମତି ଖର୍ଚ୍ଚ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଘର ମରାମତି ପାଇଁ ହିତାଧିକାରୀଙ୍କୁ ମିଳିବ ୩ ହଜାର ଟଙ୍କା। ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ହିତାଧିକାରୀଙ୍କୁ ଏହି ସହାୟତା ମିଳିବ। ଖଣି ଅଞ୍ଚଳ ପକ୍କା ଘର ଯୋଜନା ହିତାଧିକାରୀଙ୍କୁ ବି ଏହି ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

କେନ୍ଦ୍ରୀୟ ଯୋଜନାରେ ଘର ପାଇବାରୁ ବଞ୍ଚିତ ଲୋକଙ୍କୁ ଏହି ସହାୟତା ମିଳିବ । କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ ଲୋକଙ୍କୁ ଘର ମରାମତି ପାଇଁ  ୫ ହଜାର ଟଙ୍କା ମିଳିବ। ଉଭୟ ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ୩୦ ଲକ୍ଷ ପରିବାର ଉପକୃତ ହେବେ। ଏନେଇ ୧୪୪୪ କୋଟି ଖର୍ଚ୍ଚ ହେବ। ଏନେଇ ଆଜି କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। 

Bhubaneswar CM Naveen Pattnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ