Delhi
ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ବୁଧବାର ସନ୍ଧ୍ୟା ୭ଟାରେ ବର୍ଷା ହେବା ପରେ ସମ୍ପୂର୍ଣ୍ଣ ରାଜଧାନୀରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି ଏବଂ ଟ୍ରାଫିକ୍ ଜାମ ପ୍ରବଳ ଦେଖା ଦେଇଛି । ଜଳବନ୍ଦୀ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଯାତାୟତ ପ୍ରଭାବିତ ହୋଇଛି ।
ଅଧିକ ପଢନ୍ତୁ: ବାଦଲଫଟା ବର୍ଷା; ଭୂ-ସ୍ଖଳନ ହୋଇ ଏକାଧିକ ନିଖୋଜ
ଜାକିରା ରେଲୱେ ଅଣ୍ଡରପାସ୍, ରାସ୍ତା ନମ୍ବର ୪୦ରେ ଜଳବନ୍ଦୀ ଯୋଗୁଁ ସେହି ମାର୍ଗ ଦେଇ ନ ଯିବାକୁ ଦିଲ୍ଲୀ ଟ୍ରାଫିକ୍ ପୋଲିସ୍ ପକ୍ଷରୁ ପରାମର୍ଶ ଦିଆ ଯାଇଛି । ଯେଉଁ ଅଞ୍ଚଳରେ ପାଣି ଜମିଛି, ସେ ରାସ୍ତା ଦେଇ ଯାତାୟତ କରିବାକୁ ମନା କରାଯାଇଛି । ତେବେ ଦିଲ୍ଲୀ ଟ୍ରାଫିକ୍ ପୋଲିସର ସୂଚନା ଅନୁଯାୟୀ, ଆଜି ସକାଳୁ ଜଳବନ୍ଦୀ ନେଇ କୌଣସି ଅଭିଯୋଗ ଆସିନାହିଁ ।
ଦୀର୍ଘ ଦିନ ଧରି ଦିଲ୍ଲୀରେ ପ୍ରବଳ ଗୁଳୁଗୁଳିରୁ ମୁକ୍ତି ଦେଇଥିଲା ବର୍ଷା । ଯଦିଓ ଦିଲ୍ଲୀ, ଗୁରଗାଓଁ ଓ ନୋଏଡା ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଅନେକ ଅଞ୍ଚଳ ଜଳବନ୍ଦୀ ହେବା ଯୋଗୁଁ ଲୋକଙ୍କୁ ପାଣି ଭିତରେ ଯାତାୟତ କରୁଛନ୍ତି । ହଠାତ୍ ବର୍ଷା ହେବା ଫଳରେ ଲୋକମାନେ ବସ୍ ଷ୍ଟପରେ ଆଶ୍ରୟ ନେଇଥିବା ଦେଖା ଦେଇଛି ।
ଗୁରୁବାର ସକାଳ ସୁଦ୍ଧା ଦିଲ୍ଲୀର ସଫଦରଜଙ୍ଗରେ ୧୮.୬ ମି.ମି, ପାଲାମରେ ୫୪.୬ ମି.ମି, ପ୍ରଗତି ମଇଦାନରେ ୪୬.୦ ମି.ମି, ଇଗ୍ନୋରେ ୧୩.୫ ମି.ମି, ପୁଷାରେ ୭୨.୫ ମି.ମି, ଲୋଦି ରୋଡରେ ୧୦.୫ ମି.ମି, ଜାଫରପୁରରେ ୩.୫ ମି.ମି ଓ ଆୟନଙ୍ଗରରେ ୬୬.୫ ମି.ମି ବର୍ଷା ରେକର୍ଡ କରାଯାଇଛି ।
ଆଇଏମଡି ପକ୍ଷରୁ ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଅତି ଆବଶ୍ୟକ ନଥିଲେ ରାସ୍ତାରେ ଯାତାୟତ କରିବାକୁ ମନା କରାଯାଇଛି । ଘରର କବାଟ ଓ ଝରକା ବନ୍ଦ ରଖିବାକୁ କୁହାଯାଇଛି । ଏହା ସହ ବର୍ଷା ହେବା ସମୟରେ ଗଛ ତଳେ ଆଶ୍ରୟ ନେବାକୁ ବାରଣ କରାଯାଇଛି, ଯାହା ବିପଦ ଆଣି ପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Delhi_1752125387.jpg)