Odisha Weather update
ଅସହ୍ୟ ତାତିରୁ ଆଶ୍ୱସ୍ତି ପାଇବେ ରାଜ୍ୟବାସୀ । ଆସନ୍ତା ୨୦ ତାରିଖରୁ ରାଜ୍ୟରେ ତାତି କମିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୨ ଦିନରେ ଦିନର ତାପମାତ୍ରା ୩ରୁ ୫ ଡିଗ୍ରୀ କମିବା ସମ୍ଭାବନା ରହିଛି । ବିଶେଷକରି ୨୧ ତାରିଖରୁ ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ୨୨ ତାରିଖରେ ବର୍ଷାର ପରିମାଣ ବଢ଼ିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।
ସେପଟେ ଲଗାତର ଗତ କିଛି ଦିନ ହେବ ରାଜ୍ୟରେ ଲାଗି ରହିଛି ଗୁଳୁଗୁଳି ସହ ଅସହ୍ୟ ତାତି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆଜି ବି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସାରା ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଥିବାବେଳେ ଦିନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁର ସବୁଠୁ ଉତ୍ତପ୍ତ ବୋଲି ସୂଚନା ଦିଆଯାଇଛି । ସମ୍ବଲପୁରରେ ତାପମାତ୍ରା ୪୫.୪ ଡିଗ୍ରୀ ରହିଥିବାବେଳେ ଝାରସୁଗୁଡ଼ା ତାପମାତ୍ରା ୪୪.୪ ଡିଗ୍ରୀ ରହିଛି ।
ରାଜଧାନୀ ଭୁବନେଶ୍ୱର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ରହିଥିବା ରେକର୍ଡ କରାଯାଇଛି । ସେହିପରି ହୀରାକୁଦ ୪୨.୨ ଡିଗ୍ରୀ, କେନ୍ଦୁଝର ୩୯ ଡିଗ୍ରୀ, ଚାନ୍ଦବାଲି ୩୬.୮ ଡିଗ୍ରୀ ରହିଛି । ୭୮% ଆର୍ଦ୍ରତା ଯୋଗୁଁ ପୁରୀରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687087869.jpg)