Odisha Weather Update
ଆସୁଛି ବର୍ଷା, ଖରାରୁ ମିଳିବ ଆଶ୍ବସ୍ତି । ଚଳିତ ମାସ ୧୯ ତାରିଖରୁ ରାଜ୍ୟରେ ତିନି ଦିନ ବର୍ଷା ହୋଇପାରେ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୧ ତାରିଖ ଭିତରେ ୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଏହି ଜିଲ୍ଲାଗୁଡ଼ିକ ହେଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ । ଏସବୁ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେବେ ୧୯ ତାରିଖ ମଧ୍ୟରେ ଶୁଖିଲା ପାଗ ଅପରିବର୍ତ୍ତିତ ରହିବ ।
ଅପରପକ୍ଷରେ ଫେବ୍ରୁଆରୀରୁ ଟାଇଁ ଟାଇଁ ଖରା ଅନୁଭୂତ ହେଉଛି । ଫେବ୍ରୁଆରୀରୁ ଚେତାବନୀ ଦେଉଛି ତାତି । ଏମିତିକି ପାରଦ ୩୭ ଡିଗ୍ରୀ ପାର୍ କରିଛି । ଏହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଭାଳେଣି ମଧ୍ୟ ପଡ଼ିଗଲାଣି । ଏବେଠୁ ଯଦି ଏତେ ଗରମ ତ ମେ ଜୁନ୍ ରେ ଅବସ୍ଥା କଣ ହେବ ତାକୁ ନେଇ ରାଜ୍ୟବାସୀ ଚିନ୍ତିତ ରହିଛନ୍ତି ।
ଝାରସୁଗୁଡାରେ ବୁଧବାର ପାରଦ ୩୭ ଛୁଇଁଥିବା ବେଳେ ଗତକାଲି ୩୫ ଡେଇଁଥିଲା ରାଜଧାନୀର ତାତି । ଝାରସୁଗୁଡାରେ ୯ , ୧୦ଟା ବେଳକୁ ଦାଉ ଦାଉ ଖରା ହେଉଛି । ୧୨ ଟା ବାଜୁ ବାଜୁ ମାଡି ଆସୁଛି ତାତି । ଗରମରେ ସିଝିଯାଉଛି ମୁହଁ । ତାତି ଏତେ ବଢିଛି ଯେ, ଦିନ ଗୋଟାଏରେ ରାସ୍ତା ଘାଟ ଶୂନଶାନ ।
୩୭ ଡିଗ୍ରୀ ତାତିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଏହାରି ଭିତରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739540764.jpg)