Advertisment

ଜାନୁଆରୀ ପ୍ରଥମ ସପ୍ତାହ ଶେଷକୁ ହୋଇପାରେ ବର୍ଷା

ନୂଆ ବର୍ଷ ଆରମ୍ଭରୁ ବର୍ଷା ! ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ସମ୍ଭାବନା ।

New Year Rain

New Year Rain

Advertisment

ନୂଆ ବର୍ଷ ଆରମ୍ଭରୁ ବର୍ଷା । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା । ଜାନୁଆରୀ ପ୍ରଥମ ସପ୍ତାହ ଶେଷ ଆଡ଼କୁ କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଆଗାମୀ ୫ ଦିନ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି କୁହାଯାଇଛି । ଅଧିକାଂଶ ସ୍ଥାନରେ ଏହା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହିପାରେ ।

Advertisment

ଅନ୍ୟପଟେ ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ ସବୁଠି ଲାଗୁଛି ଥଣ୍ଡା। ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବଢିଥିଲେ ବି ଜାରି ରହିଛି ଶୀତ ଲହରୀ। ବଢ଼ୁଥିବା ଶୀତ ଲୋକଙ୍କ ଦିନଚର୍ଯ୍ୟାକୁ ବଦଳାଇ ଦେଇଛି। ସ୍ଥିତି ଏପରି ହୋଇଛି ଯେ ସକାଳୁ ଘରୁ ବାହାରିବା ମୁସକିଲ୍ ହୋଇପଡ଼ିଛି। ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଅଧିକ ଅନୁଭୂତ ହେଉଛି। 

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ସତର୍କତା ଜାରି ହୋଇଛି। କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ, ନବରଙ୍ଗପୁର, ସୋନପୁର, ସମ୍ବଲପୁର, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର କିଛି ସ୍ଥାନରେ କୁହୁଡିର ସମ୍ଭାବନା ରହିଛି।

Advertisment

Weather News Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ