ବାତ୍ୟା ନାଁ ଶୁଣି ଉପକୂଳିଆଙ୍କ ଛାତି ଧଡ଼ଧଡ଼; ଧନଜୀବନ ବଞ୍ଚାଇବାକୁ କସରତ ଆରମ୍ଭ

ବାତ୍ୟା ନାଁ ଶୁଣି ଉପକୂଳିଆଙ୍କ ଛାତି ଧଡ଼ଧଡ଼ । ଭୟଭୀତ ଅବସ୍ଥାରେ ଅଛନ୍ତି ଜଗତସିହଂପୁର ଏରସମା ବ୍ଲକ ପଦ୍ମପୁରର ଲୋକେ । ବାତ୍ୟା ହେଲେ କେମିତି ବଞ୍ଚାଇବେ ଧନଜୀବନ, ସେନେଇ କସରତ ଆରମ୍ଭ କଲେଣି ପଦ୍ମପୁର ଲୋକ ।

ଆତଙ୍କିତ ଉପକୂଳବାସୀ

ବାତ୍ୟା ନାଁ ଶୁଣି ଉପକୂଳିଆଙ୍କ ଛାତି ଧଡ଼ଧଡ଼ । ଭୟଭୀତ ଅବସ୍ଥାରେ ଅଛନ୍ତି ଜଗତସିହଂପୁର ଏରସମା ବ୍ଲକ ପଦ୍ମପୁରର ଲୋକେ । ବାତ୍ୟା ହେଲେ କେମିତି ବଞ୍ଚାଇବେ ଧନଜୀବନ, ସେନେଇ କସରତ ଆରମ୍ଭ କଲେଣି ପଦ୍ମପୁର ଲୋକ । କାହିଁକିନା ୯୯ ବାତ୍ୟାର କରାଳ ରୂପକୁ ଅଙ୍ଗେ ନିଭାଇଥିଲେ ପଦ୍ମପୁରବାସୀ । ମହାବାତ୍ୟାରେ ଏହି ଅଞ୍ଚଳରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗାଁର ଶତାଧିକ ଲୋକ ଭାସି ଯାଇଥିଲେ । ଏବେ ପୁଣି ବାତ୍ୟା ଆସୁଥିବା ବେଳେ ଭୟଭୀତ ଅବସ୍ଥାରେ ଅଛନ୍ତି।

ଅଧିକ ପଢ଼ନ୍ତୁ: Cyclone Dana: ହାଇଆଲର୍ଟରେ ଉପକୂଳ ଓଡ଼ିଶା, ଅଗ୍ନିଶମ ଓ ODRAF ଟିମ୍ ତୟାର

ସେହିପରିସମ୍ଭାବ୍ୟ ବାତ୍ୟା ଦାନା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ଆନନ୍ଦପୁର ଉପଖଣ୍ଡର ତିନୋଟି ବ୍ଲକର ୭୯ଟି ଗାଁ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ବିଶାଲ ସିଂ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେସିଂ ଯୋଗେ ସମୀକ୍ଷା କରିଥିବା ବେଳେ, ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀ ସାମିଲ ହୋଇଥିଲେ ।

ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳରୁ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଓଡ୍ରାଫ୍ ଟିମ ନିୟୋଜିତ କରିବାର ଯୋଜନା ରହିଛି। କେନ୍ଦୁଝର ଜିଲ୍ଲା ପାଇଁ ୨୪ ଓ ୨୫ ତାରିଖରେ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟପଟେ ଏହି ସରକାରୀ କର୍ମଚାରିଙ୍କ ଛୁଟି ବାତିଲ ପାଇଁ ବିଡ଼ିଓ ମାନେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।