Advertisment

Sudden Change Of Weather: ଲୁଚକାଳି ଖେଳୁଛି ଶୀତ; ଉପରମୁହାଁ ହେଉଛି ପାରଦ...

ଯେତେବେଳେ ଜାଡ଼, ହାଡ଼ ଭାଙ୍ଗିବା କଥା ସେତେବେଳେ ଖରା କାଟୁଛି। ପୌଷ ସରିବାକୁ ବସିଲାଣି, କିନ୍ତୁ କମ୍ବଳର ବିଶେଷ ଆବଶ୍ୟକତା ପଡୁନି। ଲୁଚକାଳି ଖେଳୁଛି ଶୀତ।

Sudden Change Of Weather

Sudden Change Of Weather

Advertisment

ଡିସେମ୍ବରରେ ରାଜ୍ୟରୁ ଶୀତ ଉଭାନ। ମାତ୍ର ଦିନ କେଇଟା ଥଣ୍ଡା ପଡ଼ିଥିଲା। ଲଘୁଚାପ ବର୍ଷା ପରେ ବଦଳିଛି ପାଣିପାଗ ମିଜାଜ୍। ଏବେ ସର୍ବୋଚ୍ଚ ତାପମାତ୍ରା ୨୮ ଡିଗ୍ରୀ ରହିବା କଥା, କିନ୍ତୁ ଉପରମୁହାଁ ହେଇଛି ପାରଦ। ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା। ପାଣିପାଗ ବିଭାଗ ତଥ୍ୟ କହୁଛି, ଗତ ୧୦ ବର୍ଷ ହେବ ରାଜ୍ୟରେ ଏଭଳି ଟ୍ରେଣ୍ଡ ଚାଲିଛି। ତେବେ ନୂଆ ବର୍ଷରେ ଆଗାମୀ ୪ ତାରିଖ ଯାଏ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ଖସି ଥଣ୍ଡା ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି।

Advertisment

ଉଷ୍ମ ହେଉଛି ଡିସେମ୍ବର। ଉପରମୁହାଁ ହେଉଛି ପାରଦ। ଯେତେବେଳେ ଜାଡ଼, ହାଡ଼ ଭାଙ୍ଗିବା କଥା ସେତେବେଳେ ଖରା କାଟୁଛି। ପୌଷ ସରିବାକୁ ବସିଲାଣି, କିନ୍ତୁ କମ୍ବଳର ବିଶେଷ ଆବଶ୍ୟକତା ପଡୁନି। ଲୁଚକାଳି ଖେଳୁଛି ଶୀତ। ଦିନ କେଇଟା ରାଜ୍ୟରେ ଅଳ୍ପ ବହୁତ ଥଣ୍ଡା ପଡ଼ିଥିଲା। କିନ୍ତୁ ଲଘୁଚାପ ବର୍ଷା ପରେ ବିଲକୁଲ୍ ବଦଳିଛି ପାଣିପାଗ ମିଜାଜ୍। ଡିସେମ୍ବରରେ ରାଜ୍ୟର ଦିନ ତାପମାତ୍ରା ୨୮ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବା କଥା। କିନ୍ତୁ ବର୍ତ୍ତମାନ ଅଧିକାଂଶ ସହରରେ ପାରଦ ରହୁଛି ୩୧ରୁ ୩୩ ଡିଗ୍ରୀ ସେଲସିୟସ୍। ଅର୍ଥାତ ସ୍ବାଭାବିକଠାରୁ ୩-୪ ଡିଗ୍ରୀ ଅଧିକ। ପାଣିପାଗ ବିଜ୍ଞାନୀଙ୍କ ମତରେ ରାଜ୍ୟକୁ ବାୟୁ ପ୍ରବାହର ଗତି ପରିବର୍ତ୍ତନ ହୋଇଛି। ଏଥିସହ ପଶ୍ଚିମା ଝଡ଼ ପ୍ରଭାବ, ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମ୍ ଯୋଗୁଁ ଡିସେମ୍ବରରେ ତାପମାତ୍ରା ଅଧିକ ରହୁଛି। 

ଅଧିକ ପଢ଼ନ୍ତୁ: ମାଟିରେ ଲୋଟୁଛି ଦାନାପାଣି, ଲଗାଣ ବର୍ଷାରେ ବର୍ବାଦ ହେଲାଣି ବର୍ଷକର ଆହାର

Advertisment

ଡିସେମ୍ବର ଓ ଜାନୁଆରୀରେ ପଡ଼େ ପ୍ରବଳ ଶୀତ। ହାତୋଗୋଡ଼ କାଲୁଆ ପଡ଼ିଯାଏ। କିନ୍ତୁ ଏବର୍ଷ ବିରାଟ ବ୍ୟତିକ୍ରମ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥ୍ୟ କହୁଛି, ଗତ ୧୦ ବର୍ଷରେ ରାଜ୍ୟରେ ଏମିତି ଟ୍ରେଣ୍ଡ ଦେଖିବାକୁ ମିଳିଛି। ଅଧିକାଂଶ ସହରରେ ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହୁଛି। ୨୦୨୨ ଡିସେମ୍ବରରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ସେହିପରି ୨୦୨୦ ଡିସେମ୍ବରରେ ବାଲେଶ୍ୱରରେ ୩୩.୪, ପାରାଦୀପରେ ୩୧.୨, ଝାରସୁଗୁଡ଼ାରେ ୩୩, ୨୦୧୫ରେ କେନ୍ଦୁଝରରେ ୩୨.୯ ଓ ୨୦୧୨ରେ ପୁରୀରେ ଡିସେମ୍ବରରେ ପାରଦ ରହିଥିଲା ୩୧.୬ ଡିଗ୍ରୀ ସେଲସିୟସ୍।

ତେବେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆଜିଠାରୁ ୪ ତାରିଖ ଯାଏ ରାଜ୍ୟରେ ଥଣ୍ଡା ବଢ଼ିବ। ୩ରୁ ୫ ଡିଗ୍ରୀ ଯାଏ ଖସିବ ରାତି ତାପମାତ୍ରା। ଚଳିତ ବର୍ଷ ଡିସେମ୍ବରରେ ୨ଟି ଦଫାରେ ପାଖାପାଖି ୧୦ ଦିନ ଶୀତ ଅନୁଭୂତ ହୋଇଛି। ଜଳବାୟୁରେ ଅସ୍ବାଭାବିକ ପରିବର୍ତ୍ତନ ଋତୁଚକ୍ର ଉପରେ ପଡୁଛି। ଫଳରେ ଶୀତ ଦିନେ କେବେ ବର୍ଷା ଦାଉ ସାଧୁଛି ତ କେବେ ଗ୍ରୀଷ୍ମଋତୁ ଭଳି ଟାଇଁ ଟାଇଁ ଖରା।

Advertisment
Odisha Weather Winter Weather In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ