Advertisment

କ୍ଷେତରେ ଶୋଇପଡ଼ିଲା ଚାଷୀର ବର୍ଷକ ପରିଶ୍ରମ

ଆମ ବର୍ଷକ ଆହାର, ରୋଜଗାର ସବୁ ଚାଲିଗଲା। ଯେଉଁ ଚାଷୀ ଅନ୍ୟକୁ ଖାଦ୍ୟ ଯୋଗାଏ, ସେ ନିଜେ ହିଁ ଖାଇବାକୁ ପାଇବନି।

କେନ୍ଦ୍ରାପଡ଼ାର ଜଣେ ଚାଷୀ

କେନ୍ଦ୍ରାପଡ଼ାର ଜଣେ ଚାଷୀ

Advertisment

କେନ୍ଦ୍ରାପଡ଼ା: ବାତ୍ୟା ସିନା ଦୁର୍ବଳ ହେଲା କିନ୍ତୁ ବର୍ଷା ଦେଇଦେଲା ଦୁଃଖ। ବର୍ଷା ଯୋଗୁଁ ହେକ୍ଟର ହେକ୍ଟର ଚାଷଜମି ପାଣିରେ ବୁଡ଼ିକି ରହିଛି। ଚାଷୀର ବର୍ଷକ ବଳ, ପରିଶ୍ରମ ଓ ସ୍ୱପ୍ନ ସବୁ କ୍ଷେତରେ ଶୋଇପଡ଼ିଛି। କାଲି ଓ ଆଜି ସକାଳୁ ବଡ଼ ବର୍ଷା ହେବା ପରେ ବିଲକୁ ଧାଇଁଛନ୍ତି ଚାଷୀ। ଭିତରେ ଥିବା ଦୁଃଖକୁ ସେ ବଖାଣିଛନ୍ତି।
ଏନେଇ କେନ୍ଦ୍ରାପଡାର ଜଣେ ଚାଷୀ କହିଛନ୍ତି-  ଆମେ ସୁନା କିଛି ବନ୍ଧା ପକେଇ ଚାଷ କରିଥିଲୁ। ଅନେକ ମଧ୍ୟ ବ୍ୟାଙ୍କରୁ ଲୋନ୍‌ରୁ ଆଣି ଚାଷ କରିଥିଲେ। ଆଉ ଆଶା ଥିଲା, ବିକ୍ରି କରି ତାର ପରିବାର ପୋଷିବ କିନ୍ତୁ ତାହା ହୋଇପାରିଲା ନାହିଁ। ଯେଉଁ ଧାନ ଚାଷଜମିରେ ରହିଯାଇଛି, ସେହି ଧାନକୁ ଆଉ କେବେ ନେଇପାରିବ ନାହିଁ। 

Advertisment

ଅନ୍ୟ ଜଣେ ଚାଷୀ କହିଛନ୍ତି, ଧାନ ସବୁ ପାଣିରେ ବୁଡ଼ିଯାଇଛି। ସେଠାରେ ସେସବୁ ପାଚି ଯାଇ ଗଜା ହେବ। ଫସଲ ଅମଳ କରିବା ପାଇଁ କୌଣସି ରାସ୍ତା ନାହିଁ। ଆମ ବର୍ଷକ ଆହାର, ରୋଜଗାର ସବୁ ଚାଲିଗଲା। ଯେଉଁ ଚାଷୀ ଅନ୍ୟକୁ ଖାଦ୍ୟ ଯୋଗାଏ, ସେ ନିଜେ ହିଁ ଖାଇବାକୁ ପାଇବନି। 

ପୁରୀ ଜିଲ୍ଲା ବ୍ରହ୍ମଗିରିର ଜଣେ ଚାଷୀଙ୍କ ଲୁହଭିଜା ନିବେଦନ କରିଛନ୍ତି। କାରଣ କିଏ ମୁଗ ତ କିଏ ବିରି, କିଏ ବାଇଗଣ ତ କିଏ ଧାନ ଚାଷ କରିଥିଲେ ମାଟି ସହ ମାଟି ହୋଇ। ସେହି ହାଡ଼ଭଙ୍ଗା ପରିଶ୍ରମର ଫଳ ଏବେ ଝିପିଝିପି ବର୍ଷାରେ ନଷ୍ଟ ହେବାକୁ ବସିଲାଣି। ଦୁର୍ବଳ ହେଉଛି ବାତ୍ୟା, ହେଲେ ଚାଷୀଙ୍କ ବଢ଼ିଛି ଦୁର୍ଦ୍ଦଶା।  ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରେ ବାତ୍ୟା ଜୱାଦର ପ୍ରଭାବରେ ଗତରାତିଠୁ ଜାରି ରହିଥିବା ବର୍ଷା ମାଡ଼ରେ ପାଚିଲା ଧାନକେଣ୍ଡା ଗୁଡ଼ିକ ଶୋଇପଡ଼ିଲାଣି କ୍ଷେତରେ।ଚାରିଆଡ଼େ ଏବେ କେବଳ ପାଣି। 

Advertisment
Heavy Rainfall Alert Cyclone Jawad Cyclone Jawad Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ