Advertisment

କୋରାପୁଟରେ ବର୍ଷା ଛେଚୁଛି... ରାଜଧାନୀରେ ମୁଣ୍ଡଠୁ ଗୋଡ଼ ଯାଏଁ ଝାଳ ବୋହୁଛି...

ଓଡ଼ିଶାରେ ପହଞ୍ଚିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ କୋରାପୁଟ ଜିଲ୍ଲାରେ ସକ୍ରିୟ ରହିଛି। ଏହା ୩-୪ ଦିନ ପରେ ଅଗ୍ରସର ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ୧୭ ତାରିଖରୁ ବର୍ଷା ହେବ। ଉପକୂଳରେ ପ୍ରାକ୍ ମୌସୁମୀ ବର୍ଷା ହେଉଥିଲେ ବି ଗୁଳୁଗୁଳି କିନ୍ତୁ ରହିବ ବୋଲି କହିଛି ପାଣିପାଗ ବିଭାଗ।

ଅଦ୍ୟତନ ହୋଇଛି
Humidity

Humidity

Advertisment

ମୌସୁମୀର ଲୁଚକାଳି ସହ ଲାଗିରହିଥିବା ଗୁଳୁଗୁଳିରୁ ଏବେ ମିଳିବନି ନିସ୍ତାର। ବିଶେଷ କରି ଉପକୂଳ ଓଡ଼ିଶାରେ ଗୁଳୁଗୁଳି କଲବଲ କରିପାରେ। ୧୭ ତାରିଖରୁ ଅନ୍ୟ ଜିଲ୍ଲାରେ ବଢ଼ିବ ବର୍ଷାର ପରିମାଣ। ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଏହି ଆକଳନ କରାଯାଇଛି। ୧୭ ଏବଂ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Advertisment

ଓଡ଼ିଶାରେ ପହଞ୍ଚିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ କୋରାପୁଟ ଜିଲ୍ଲାରେ ସକ୍ରିୟ ରହିଛି। ଏହା ୩-୪ ଦିନ ପରେ ଅଗ୍ରସର ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ୧୭ ତାରିଖରୁ ବର୍ଷା ହେବ। ଉପକୂଳରେ ପ୍ରାକ୍ ମୌସୁମୀ ବର୍ଷା ହେଉଥିଲେ ବି ଗୁଳୁଗୁଳି କିନ୍ତୁ ରହିବ ବୋଲି କହିଛି ପାଣିପାଗ ବିଭାଗ।

ଆସନ୍ତା ୧୭ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ସୂଚନା ରହିଛି। ଆସନ୍ତା ୧୮ ତାରିଖରେ ମଧ୍ୟ ପ୍ରବଳ ବର୍ଷା ହେବ। ମୌସୁମୀ ବର୍ତ୍ତମାନ କୋରାପୁଟରେ ସକ୍ରିୟ ରହିଥିବା ବେଳେ ଆଗାମୀ ୩ ରୁ ୪ ଦିନ ଭିତରେ ଆଗକୁ ଅଗ୍ରସର ହେବ। ଆଜି ଉପକୂଳରେ ପ୍ରାକ୍ ମୌସୁମୀ ବର୍ଷା ରହିଛି କିନ୍ତୁ ଉପକୂଳରେ ଗୁଳୁଗୁଳି ଲାଗି ରହିବ। ଆଗାମୀ ୫ ଦିନ ଯାଏଁ କାଳବୈଶାଖୀ ବର୍ଷା ବିଭିନ୍ନ ସ୍ଥାନରେ ରହିବ। ଏହା ସହ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶା ସହ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହିଟ୍ ୱେଭ୍ ରହିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ।

Advertisment

ଅନ୍ୟପଟେ ରଜରେ ଲୋକଙ୍କୁ କଲବଲ କରିବ ଗରମ ଓ ଗୁଳୁଗୁଳି।  ୧୫ ଓ ୧୬ ତାରିଖ ରଜରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ହୋଇପାରେ। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି, କୋରାପୁଟରେ ପ୍ରବେଶ କରିଥିଲେ ମଧ୍ୟ ମୌସୁମୀ ଅଗ୍ରସର ହେଉନି। ଅନ୍ୟ ଅଞ୍ଚଳକୁ ୨ରୁ ୩ ଦିନରେ ଅଗ୍ରସର ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ତେବେ ଆଗାମୀ ୩ ଦିନ ଯାଏଁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment
Weather Update Rain Weather News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ