ଏଥର ନିଦାଘ ରଜ ! ଆଉଟ ପାଉଟ କରିବ ପ୍ରଚଣ୍ଡ ଖରା...

ଓଡ଼ିଶାକୁ କେବେ ଛୁଇଁବ ତାହା ପୂର୍ବାନୁମାନ ହୋଇପାରିନି । ଆଗାମୀ ୨ରୁ ୩ ଦିନରେ ସ୍ପଷ୍ଟ ହେବ ।

Raja

ଏଥର ରଜ ପର୍ବରେ ପ୍ରଚଣ୍ଡ ଖରା ସମ୍ଭାବନା । ଏବର୍ଷ ୧୫ କିମ୍ବା ତା ପରେ ଓଡ଼ିଶା ଛୁଇଁପାରେ ମୌସୁମୀ । ତେବେ ନିର୍ଦ୍ଦିଷ୍ଟ ଭାବେ କେବେ ଛୁଇଁବ ଏଯାଏ ଆକଳନ କରିନି IMD । ଓଟିଭିକୁ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି । ଏଥର ଭାରତକୁ ମୌସୁମୀ ୭ ଦିନ ବିଳମ୍ବରେ ପହଞ୍ଚିଛି ।

ଆଜି ମୌସୁମୀ ପୂରା କେରଳ ଛୁଇଁଥିବା ବେଳେ କର୍ଣ୍ଣାଟକ ଓ ତାମିଲନାଡୁରେ ବି ପହଞ୍ଚିଛି । ଉତ୍ତର ପୂର୍ବ ଭାରତର ଅଧିକାଂଶ ଅଞ୍ଚଳକୁ ମଧ୍ୟ ଛୁଇଁଛି ମୌସୁମୀ । ବାଂଲାଦେଶ-ମିଆଁମାର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଓଡ଼ିଶାକୁ ୧୨ ସୁଦ୍ଧା ମୌସୁମୀ ଆସିଥାଏ କିନ୍ତୁ ଏଥର ବିଳମ୍ବ ହୋଇପାରେ ବୋଲି କୁହାଯାଉଛି । ୧୫ କିମ୍ବା’ତା ପରେ ଓଡ଼ିଶାରେ ସ୍ୱାଭାବିକ ବର୍ଷା ହୋଇପାରେ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ଓଡ଼ିଶାକୁ କେବେ ଛୁଇଁବ ତାହା ପୂର୍ବାନୁମାନ ହୋଇପାରିନି । ଆଗାମୀ ୨ରୁ ୩ ଦିନରେ ସ୍ପଷ୍ଟ ହେବ ।

ଅନ୍ୟପଟେ ସାରା ରାଜ୍ୟରେ ଏବେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ତାତି ସହ ଗୁଳିଗୁଳି, ଅସ୍ତବ୍ୟସ୍ତ କରିଛି ଜନଜୀବନ । ଘରୁ ବାହାରିବା ମୁସ୍କିଲ ହୋଇପଡିଛି ଲୋକମାନଙ୍କର । ଆଗାମୀ ୨୪ ଘଣ୍ଟା ପାଇଁ ୯ଟି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଦିଆଯାଇଛି । କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ ।

ତେବେ ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ୪୨.୨ ଡିଗ୍ରୀ ସହ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ଝାରସୁଗୁଡ଼ା ୪୧.୬, ହୀରାକୁଦ ୪୧, କେନ୍ଦୁଝର ୩୮.୨, ଭୁବନେଶ୍ୱର ୩୭.୨, ଗୋପାଳପୁର ୩୫.୬, ବାଲେଶ୍ୱରରେ ୩୪.୮ ଡିଗ୍ରୀ ରେକର୍ଡ ହୋଇଛି ।