Advertisment

ଲଘୁଚାପ ପ୍ରଭାବରେ ଟ୍ୱିନ ସିଟିରେ କାଚୁଛି ବର୍ଷା ! ଆଗକୁ ବଡ଼ ବର୍ଷା...

କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ସୋନପୁର, ବଲାଙ୍ଗିରକୁ ରେଡ୍ ୱାର୍ଣ୍ଣିଂ ଏବଂ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କଲା ପାଣିପାଗ ବିଭାଗ ।

undefined

Heavy Rainfall Alert

Advertisment

ଲଘୁଚାପ ପ୍ରଭାରରେ ଟ୍ୱିନ ସିଟିରେ କାଚୁଛି ବର୍ଷା । ଉଭୟ କଟକ ଓ ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ପରେ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲାଗି ରହିଛି ଅବିଶ୍ରାନ୍ତ ବର୍ଷା। ରାୟଗଡା ଜିଲ୍ଲାର ଆମ୍ବଡୋଳା ଠାରେ ଆଜି ସର୍ବାଧିକ ବୃଷ୍ଟିପାତ ରେକର୍ଡ କରିଛି ପାଣିପାଗ ବିଭାଗ। ଏଠାରେ ୧୮୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Advertisment

ତେବେ ଆଜିଠୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି ବର୍ଷିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ପାଇଁ ୫ ଜିଲ୍ଲାକୁ ରେଡ୍ ଓ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ସୋନପୁର, ବଲାଙ୍ଗିରକୁ ରେଡ୍ ୱାର୍ଣ୍ଣିଂ ଏବଂ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କଲା ପାଣିପାଗ ବିଭାଗ ।

ସେପଟେ ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ଟ୍ରେନ ଚଳାଚଳ। ୱାଲଟିୟର ରେଳ ଡିଭିଜନର ଟିକିରି ଓ ଲାଲିଗୁମ୍ମା ମଧ୍ୟରେ ରେଳ ଟ୍ରାକ ଉପରେ ପଥର ପଡିଛି । ଏଥିଯୋଗୁଁ ୨ଟି ଟ୍ରେନ୍ ବାତିଲ୍ ଓ ଆଉ ଗୋଟିଏ ଟ୍ରେନ୍ ର ଗତିପଥ ପରିବର୍ତ୍ତନ କରାଯାଇଛି । ଜଗଦଲପୁର-ରାଉରକେଲା, ରାଉରକେଲା-ଜଗଦଲପୁର ବାତିଲ୍ କରାଯାଇଥିବା ବେଳେ ଜଗଦଲପୁର-ଭୁବନେଶ୍ବର ଟ୍ରେନ୍ କୋରାପୁଟ୍ ଆର୍କୁ ଦେଇ ଭୁବନେଶ୍ୱର ଯିବ।

Advertisment
Weather Update Rain Alert Weather News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ