Advertisment

ବାପ୍‌ରେ ବାପ୍‌ କି ଶୀତ ! ୮ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା...

ଆଗାମୀ ୪ରୁ ୫ ଦିନ ଯାଏଁ ମଧ୍ୟ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Cold Wave

Cold Wave

Advertisment

ଥଣ୍ଡା ଥଣ୍ଡା ଆଉ ଖାଲି ଥଣ୍ଡା.. ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ସୁନ୍ଦରଗଡ଼ କିରେଇ ଓ କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀକୁ ଖସି ଆସିଛି। କେନ୍ଦୁଝର, ଟିଟିଲାଗଡ଼ରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇଛି। ଆଗାମୀ ୪ରୁ ୫ ଦିନ ଯାଏଁ ମଧ୍ୟ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment

ତେବେ କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି। ଆଗାମୀ ୪ରୁ ୫ ଦିନ ଯାଏଁ ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି। କନ୍ଧମାଳ ଜିଲ୍ଲାରେ ଶୀତ କିଛିଟା ଅଧିକ ଅନୁଭବ ହେଉଛି। ଜିଲ୍ଲାରେ ସର୍ବନିମ୍ନ ତାପମାତ୍ର ୧୦ ଡିଗ୍ରୀ ତଳେ ରହିଛି। ପ୍ରବଳ ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଲେଣି। ସେହପରି ମୟୁରଭଞ୍ଜର ଉଦଳାରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି।

ମୋଟାମୋଟି ଏବେ ଶୀତରେ ଥରୁଛି ସାରା ଓଡ଼ିଶା । ୧୦ ଡିଗ୍ରୀ ତଳେ ୧୧ ସହର । ୮ ଡିଗ୍ରୀ ରାତ୍ରୀ ତାପମାତ୍ରା ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର । କିରେଇ ୮.୨, ଜି. ଉଦୟଗିରି ୮.୬, ରାଉରକେଲା ୮.୮ ଡିଗ୍ରୀ । ଅନୁଗୁଳ ୯, ରାଣୀତାଲ ୯.୪, ଦାରିଙ୍ଗବାଡ଼ି ଓ ସୁନ୍ଦରଗଡ଼ ୯.୫ ଡିଗ୍ରୀ, କେନ୍ଦୁଝର ଓ କୋରାପୁଟ ୯.୬, ଝାରସୁଗୁଡ଼ା ୯.୮ ଡିଗ୍ରୀ, କଟକ ୧୩.୪ ଓ ଭୁବନେଶ୍ବର ୧୩.୫ ଡିଗ୍ରୀ ରେକର୍ଡ କରାଯାଇଛି ।

Advertisment

Cold Wave Weather Update Weather News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ