Advertisment

Low Pressure in Bay of Bengal: ଦାନା ବାନ୍ଧୁଛି ଲଘୁଚାପ; ୩୦ ପର୍ଯ୍ୟନ୍ତ ପ୍ରବଳ ଛେଚିବ

ଆସନ୍ତା ୨୭ ତାରିଖ ସୁଦ୍ଧା ବଙ୍ଗୋପାସଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ୩୦ ଯାଏଁ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଇଛି। ବର୍ଷା, ପବନ ଓ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି।

ଅଦ୍ୟତନ ହୋଇଛି
Low pressure

Low pressure

Advertisment

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୨୭ ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପାସଗରରେ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଏହାର ପ୍ରଭାବରେ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ସହ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି।

Advertisment

୨୫ ତାରିଖରେ ଦକ୍ଷିଣ ଓଡିଶାର ଅନେକ ସ୍ଥାନ ଓ ଉତ୍ତର ଓଡିଶାର ଅଳ୍ପ କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ରାୟଗଡା, କୋରାପୁଟ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝରରେ ପ୍ରବଳ ବର୍ଷା ଓ ବଜ୍ରପାତ ସହ ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବା ବେଳେ ମାଲକାନଗିରି, ବାଲେଶ୍ବର, ସୋନପୁର, ଝାରସୁଗୁଡା, ସମ୍ବଲପୁର, ଓ କନ୍ଧମାଳରେ ମଧ୍ୟ ବଜ୍ରପାତ ଓ ପବନ ଆଶଙ୍କା ରହିଛି। ସେହିପରି ୨୮, ୨୯ ଓ ୩୦ ତାରିଖରେ ଅନେକ ସ୍ଥାନରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହୋଇପାରେ।

ଅଧିକ ପଢ଼ନ୍ତୁ: ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ

ଏପଟେ ୮ ଦିନ ଆଗରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଓଡ଼ିଶାରେ ପ୍ରାକ ମୌସୁମୀ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଗତକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଦେଖିବାକୁ ମିଳିଛି। ୧୬ ବର୍ଷ ପରେ ଚଳିତ ବର୍ଷ ମୌସୁମୀ ଆଗୁଆ ଆସିଥିବାରୁ ଓଡ଼ିଶାରେ ବି ସଅଳ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଥିବା କୁହାଯାଉଛି। ସାଧାରଣତଃ ଜୁନ୍ ୧ରେ ମୌସୁମୀ କେରଳ ଛୁଇଁଥାଏ । ୧୯୯୦ରେ ମେ'୧୯ରେ ମୌସୁମୀ କେରଳ ଛୁଇଁଥିଲା । ଏହାପରେ ୨୦୦୯ରେ ମେ' ୨୩ରେ ମୌସୁମୀ କେରଳ ଛୁଇଁଥିଲା । ଗତବର୍ଷ ମେ ୩୦ରେ କେରଳ ଛୁଇଁଥିଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ।

Advertisment

ଅଧିକ ପଢ଼ନ୍ତୁ: ତାତିରୁ ମିଳିବ ଆଶ୍ୱସ୍ତି; ଏଥର ଆଗୁଆ ଓଡ଼ିଶା ଛୁଇଁପାରେ ମୌସୁମୀ

Weather IMD Issue Low Pressure Alert IMD Bhubaneswar Low Pressure In Bay Of Bengal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ