Advertisment

ଅସହ୍ୟ ତାତି ! ସକାଳୁ ସକାଳୁ ଏତେ ଖରା ଯେ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

୧୬ ତାରିଖରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗରରୁ ବାୟୁପ୍ରବାହ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ସମେତ ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ବର୍ଷା ସମ୍ଭାବନା ରହିଛି ।

undefined

Heat Wave

Advertisment

କାହା ମୁଣ୍ଡରେ ଓଦା କପଡା ତ କାହା ମୁଣ୍ଡରେ ଛତା । କଳା ଚଷମା ଓ ରୁମାଲଟିଏ ନବାନ୍ଧିଲେ ଖରାରେ ମୁହଁ କାଢିବା ମୁସ୍କିଲ । ଡହ ଡହ ଖରାରେ କାନ ମୁଣ୍ଡ ଝାଇଁ ମାରିଯାଉଛି । ଝାରସୁଗୁଡାରେ ଦିନ ୧୧ଟା ନହେଉଣୁ କଲବଲ କରିଛି ତାତି । ଆଉ ୨ଟା ବେଳକୁ ପାରଦ ୪୨ ଡିଗ୍ରୀ ପାର୍ । ଝାରସୁଗୁଡା ଭଳି ସମ୍ବଲପୁରରେ ବି ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି । ଅସହ୍ୟ ଗରମରେ ଛଟପଟ ଲୋକେ ଘରୁ ପାଦ କାଢିବାକୁ ଡରିଲେଣି । ତତଲାଗଡ ଟିଟିଲାଗଡରେ ସକାଳ ୧୦ଟାରୁ ରାସ୍ତାଘାଟ ଶୂନଶାନ । ଗୁଳୁଗୁଳି ସାଙ୍ଗକୁ ଝାଞ୍ଜିପବନ ବସେଇ ଉଠେଇ ଦେଉନି । ବାରିପଦାରେ ବି ମୁଣ୍ଡଫଟା ଖରା । ହଠାତ୍ ତାପମାତ୍ରାରେ ବୃଦ୍ଧି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।

Advertisment

ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହରେ ବାୟୁମଣ୍ଡଳ ଉତ୍ତପ୍ତ ହେଉଛି । ତେଣୁ ଆଗାମୀ ଦୁଇ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗ୍ରୀଷ୍ମପ୍ରବାହ ନେଇ ଆସନ୍ତାକାଲି ୪ ଜିଲ୍ଲା ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱରକୁ ସତର୍କତା ଜାରି କରାଯାଇଛି । ସେହିପରି ୧୪ ତାରିଖ ପାଇଁ ୮ ଜିଲ୍ଲା ଏବଂ ୧୫ ତାରିଖରେ ୯ ଜିଲ୍ଲାକୁ ଜାରି ହୋଇଛି ହିଟ୍ ୱେଭ ଆଲର୍ଟ । ୧୬ ତାରିଖରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗରରୁ ବାୟୁପ୍ରବାହ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ସମେତ ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ବର୍ଷା ସମ୍ଭାବନା ରହିଛି ।

ଭୁବନେଶ୍ୱରରେ ଅସହ୍ୟ ଗରମରେ ଜୀବଜନ୍ତୁ ବି ଛଟପଟ । ନନ୍ଦନକାନନ ଅଭୟାରଣ୍ୟରେ ପଶୁପକ୍ଷୀଙ୍କ ପାଇଁ ଚାଳ ଛପର ଓ ତାଟର ସେଡ୍ ତିଆରି ହୋଇଛି । ବାଘଙ୍କ ପାଇଁ ଛୋଟ ଜଳାଶୟ କରାଯାଇଥିବା ବେଳେ ଭାଲୁ ଉପରେ ପାଣି ସ୍ପ୍ରେ ହେଉଛି । ଖରା ଦାଉରୁ ରକ୍ଷା ଲାଗି ପକ୍ଷୀଙ୍କ ଉପରେ କୃତ୍ରିମ ବର୍ଷା କରାଯାଉଛି । ସମସ୍ତ ପଶୁପକ୍ଷୀଙ୍କୁ ଖରାଦିନିଆ ଖାଦ୍ୟ ସାଙ୍ଗକୁ ଓଆରଏସ୍ ଏବଂ ଥଣ୍ଡା ପାନୀୟ ଦିଆଯାଉଛି ।

Advertisment

ମାର୍ଚ୍ଚ ମାସରେ ରାଜ୍ୟରେ ପଶ୍ଚିମା ଝଡ ପ୍ରଭାବରେ ଲଗାତର ବର୍ଷା ହୋଇଥିଲା । ଥଣ୍ଡା ପଡିଯାଇଥିଲା ଅଧାରୁ ଅଧିକ ଓଡ଼ିଶା । ହେଲେ ଏପ୍ରିଲ ଆରମ୍ଭରୁ ଅସହ୍ୟ ହେଲାଣି ଖରାର ଦାଉ ।

Weather News Heat Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ