Advertisment

Kalabaisakhi Alert in Odisha: ୨୦ ଯାଏଁ କାଳବୈଶାଖୀ !; ଆଜି ୭ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ରାଜ୍ୟରେ କାଳବୈଶାଖୀ ହେବ। ବର୍ଷା ସହ ପବନ ହେବ। ଆଜି ପାଇଁ ୭ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଏବଂ ବାଲେଶ୍ୱର ।

Weather

Weather

Advertisment

ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ହଠାତ୍ ମାଡି ଆସୁଛି କଳାହାଣ୍ଡିଆ ମେଘ, ପ୍ରବଳ ପବନ ସାଙ୍ଗକୁ ଛେଚୁଛି ବର୍ଷା । ଆସନ୍ତା ୨୦ ତାରିଖ ଯାଏ ଏଭଳି କାଳବୈଶାଖୀ ବର୍ଷା ନେଇ ଚେତାବନୀ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ରାଜ୍ୟରେ କାଳବୈଶାଖୀ ହେବ। ବର୍ଷା ସହ ପବନ ହେବ। ଆଜି ପାଇଁ ୭ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଏବଂ ବାଲେଶ୍ୱର ।

ଅଧିକ ପଢ଼ନ୍ତୁ: ଆସନ୍ତା ୪ ଦିନ କାଳବୈଶାଖୀ ବର୍ଷା ! ଏସବୁ ଜିଲ୍ଲାରେ ପ୍ରବଳ ଛେଚିବ

ସେହିଭଳି ଆସନ୍ତାକାଲି ପାଇଁ ୭ ଜିଲ୍ଲା, ୧୮ ତାରିଖ ପାଇଁ ୧୨ ଜିଲ୍ଲା ଏବଂ ୧୯ ତାରିଖ ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

Advertisment

ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ କାଳବୈଶାଖୀ ଦ୍ୱାରା ବ୍ୟାପକ କ୍ଷୟକ୍ଷତି ହୋଇଥିଲା। କୁଆପଥର ବର୍ଷା ସହ ଝଟକା ପବନରେ ଅନେକ ଘରର ଆଜବେଷ୍ଟସ ଉଡିଯାଇଥିଲା । ରାସ୍ତା ଉପରେ ବଡ଼ ଗଛ ଉପୁଡ଼ି ପଡ଼ିଥିଲା।

ଅଧିକ ପଢ଼ନ୍ତୁ: ଟ୍ବିନ ସିଟିରେ କାଳ ବୈଶାଖୀ ତାଣ୍ଡବ

Weather Odisha Weather Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ