Advertisment

ଏ ସପ୍ତାହରେ ଛୁଇଁବନି ମୌସୁମୀ !

ଆସନ୍ତା ୧୨ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ଆଶଙ୍କା କମ୍ ।

monsoon

monsoon

Advertisment

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାରେ ବିଳମ୍ବ ହୋଇପାରେ। ଜୁନ୍ ୧୨ରେ ଓଡ଼ିଶା ଛୁଇଁନପାରେ ବୋଲି ପାଣିପାଗ ବିଜ୍ଞାନୀ ଆର. କେ. ଜେନାମଣି ଆଶଙ୍କା କରିଛନ୍ତି। ମୌସୁମୀ ଆଗମନ ନେଇ ସ୍ଥିତି ଅନୁକୂଳ ନଥିବାବେଳେ ଉତ୍ତର-ପଶ୍ଚିମ ପବନର ପ୍ରଭାବ ଅଧିକ ଯୋଗୁଁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଛି। ଫଳରେ ମୌସୁମୀ ଆଗକୁ ବଢ଼ି ପାରୁନି ବୋଲି ସେ କହିଛନ୍ତି। ମୌସୁମୀ କେବେ ଓଡ଼ିଶା ଛୁଇଁବ, ତାହାର ଆକଳନ କରାଯାଇନାହିଁ ବୋଲି କୁହାଯାଇଛି। 

Advertisment

ସେ କହିଛନ୍ତି ଯେ ମୋସୁମୀ ଯୋଗୁଁ ଏବେ ଯାଏ ତାମିଲନାଡୁରେ ଭଲ ବର୍ଷା ହୋଇଛି। ଓଡ଼ିଶାରେ କେବେ ମୌସୁମୀ ଛୁଇଁବ, ଏନେଇ ଆକଳନ ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ଉତ୍ତର ପୂର୍ବ ରାଜ୍ୟଗୁଡିକରେ ମୌସୁମି ଛୁଇଁ ସାରିଲାଣି। ବର୍ଷା ମଧ୍ୟ ହେଉଛି। ମୌସୁମୀକୁ ଆଗକୁ ବଢାଇବା ପାଇଁ ପାଇଁ ପବନ ଓ ବାଦଲମାନ ଥିଲେ ମଧ୍ୟ ପାଣିପାଗ ସିଷ୍ଟମ୍ ସେଭଳି ନଥିବାରୁ ଓଡ଼ିଶାରେ ଆସିବାରେ ବିଳମ୍ବ ହେଉଛି। 

ଯଦି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୁଏ, ତେବେ ମୌସୁମୀ ସକ୍ରିୟ ହେବା ଏକ ଅଂଶ ଅଟେ। ଏହାପରେ ବି ଯଦି ଦକ୍ଷିଣ ପଶ୍ଚିମା ପବନ ହିମାଳୟରେ ଧକ୍କା ଖାଇବା ପରେ ପୂର୍ବ ଦିଗରୁ ପବନ ବହେ, ଏହା ମଧ୍ୟ ମୌସୁମୀକୁ ଆଗକୁ ବଢାଇବାରେ ସହାୟକ ହେବ। ମୌସୁମୀ ଦିଗକୁ ନେଇ ଆମେ ମନିଟରିଂ କରୁଛୁ। ୨ରୁ ୩ଦିନ ଭିତରେ ଜଣାପଡ଼ିଯିବ।  କିନ୍ତୁ ଆସନ୍ତା ୧୨ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ଆଶଙ୍କା କମ୍ । 

Advertisment
Southwest Monsoon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ