Advertisment

Cyclone Fear: ପୁଣି ଅକ୍ଟୋବରରେ ଆସିବ କି ବାତ୍ୟା, ଓଡ଼ିଶା ଉପକୂଳରେ ମାଡ ହେବ କି ସାମୁଦ୍ରିକ ଝଡ଼ ?

ଅକ୍ଟୋବର ଆସିଲେ ଓଡିଶାକୁ ଘାରେ ବାତ୍ୟା ଭୟ। ଆଉ ଏହି ଭୟ ଭିତରେ ବିଶ୍ବ ପାଣିପାଗ ସଂସ୍ଥା ପକ୍ଷରୁ ଜାରି ରିପୋର୍ଟକୁ ନେଇ ବଢିଛି ଚିନ୍ତା । ରିପୋର୍ଟ ଅନୁସାରେ ସାମୁଦ୍ରିକ ଜଳବାୟୁ ପ୍ରକ୍ରିୟା ଲା ନିନା ସକ୍ରିୟ ହୋଇଥିବା କୁହାଯାଉଛି । ଲା ନିନା ସମ୍ଭାବ୍ୟ ବାତ୍ୟାକୁ ଅଧିକ ବଳ ଯୋଗାଉଥିବାରୁ ଭାରତର ପୂର୍ବ ଉପକୂଳ ପ୍ରତି ଦେଖାଦେଇପାରେ ବିପଦ ।

cyclone

cyclone

Advertisment

ବାତ୍ୟା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଥିବା ଲା ନିନା ସେପଟେମ୍ବର ପ୍ରଥମ ଭାଗରୁ ସକ୍ରିୟ ହୋଇଥିବା ନେଇ ନିଜର ଲାଟେଷ୍ଟ ଅପଡେଟରେ ଦର୍ଶାଇଛି ବିଶ୍ବ ପାଣିପାଗ ସଂସ୍ଥା। ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ, ଲା ନିନା ସକ୍ରିୟ ହେବା ସହ ସମୁଦ୍ର ତାପମାତ୍ରା ୨୬ ଦଶମିକ ୫ ଡିଗ୍ରୀରୁ ଅଧିକ ରହିଲେ ଏହା ବାତ୍ୟା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ। ଏପରିକି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଉପରେ ମଧ୍ୟ ଏହା ପ୍ରଭାବ ପଡ଼ିଥାଏ ।

Advertisment

ଚଳିତ ବର୍ଷ ସ୍ଥିତି ଅନୁକୂଳ ଥିବାରୁ ସେପଟେମ୍ବର ଶେଷ କିମ୍ବା ଅକ୍ଟୋବରରେ ବାତ୍ୟା ସୃଷ୍ଟି ସମ୍ଭାବନାକୁ ଦୃଢ଼ୀଭୂତ କରିଛ। ଲା ନିନା ଯୋଗୁ ଭାରତ ମହାସାଗର ଓ ଭାରତ ଉପରେ ଆର୍ଦ୍ର ପାଣିପାଗ ସୃଷ୍ଟି ହେବ। ଏହାର ପ୍ରଭାବରେ ଉତ୍ତର ଭାରତ ମହାସାଗର ବା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଟ୍ରପିକାଲ ସାଇକ୍ଲୋନ। ଯଦି ବାତ୍ୟା ସୃଷ୍ଟି ହୁଏ ତେବେ ଏହା ଭାରତର ପୂର୍ବ ଉପକୂଳ ଆଡ଼କୁ ମୁହାଁଇବ। ପୂର୍ବ ଉପକୂଳରେ ଥିବାରୁ ଓଡ଼ିଶା ପ୍ରତି ମଧ୍ୟ ବାତ୍ୟା ଭୟ ସୃଷ୍ଟି ହୋଇପାରେ । କିନ୍ତୁ କେବଳ ଲା- ନିନା ପ୍ରଭାବରେ ବାତ୍ୟା ହେବା ନେଇ ଏବେଠାରୁ ଆକଳନ କରିବା କଷ୍ଟକର ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ। ସେପଟେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୌଣସି ପ୍ରକାର ବାତ୍ୟା ସମ୍ଭାବନା ନେଇ ଏ ପର୍ଯ୍ୟନ୍ତ ଆକଳନ କି ସ୍ପଷ୍ଟ କରାଯାଇ ନାହିଁ । ...

ତେବେ କଣ ଏହି ଲା- ନିନା ପରିସ୍ଥିତି ? ପାଣିପାଗ ଉପରେ କିଭଳି ଏହା ପ୍ରଭାବ ପକାଇ ଥାଏ ? ଲା ନିନା ହେଉଛି ଏକ ଜଳବାୟୁ ପ୍ରକ୍ରିୟା । ପ୍ରଶାନ୍ତ ମହାସାଗରରେ ପାଣି ସାଧାରଣ ତାପମାତ୍ରା ଠାରୁ ଅଧିକ ଥଣ୍ଡା ହେଲେ ଲା ନିନା ସ୍ଥିତି ସୃଷ୍ଟି ହୁଏ । ଏହା ଦ୍ବାରା ପ୍ରଶାନ୍ତ ମହାସାଗରରୁ ଗରମ ବାୟୁ ଓ ଜଳ ପଶ୍ଚିମ ଦିଗରେ ପ୍ରବାହିତ ହୋଇ ଭାରତ ମହାସାଗରରେ ପ୍ରବେଶ କରେ । ଏହା ଭାରତ ମହାସାଗରରେ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ କରିଥାଏ । ଭାରତରେ ମୌସୁମୀ ସକ୍ରୀୟ ଥିବାରୁ ଏହା ବାତ୍ୟାକୁ ଆକର୍ଷିତ କରିଥାଏ । ଲା- ନିନା ପରିସ୍ଥିତି ସଂଘଠିତ ହେଲେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାକୁ ବଳ ଯୋଗାଇବା ସହ ଏହାର ତୀବ୍ରତାକୁ ବୃଦ୍ଧିରେ ସହାୟକ ହୋଇଥାଏ।

Advertisment

ପୂର୍ବରୁ ଲା- ନିନା ପ୍ରଭାବ ଯୋଗୁଁ ୧୯୯୯ରେ ସୁପର ସାଇକ୍ଲୋନ୍, ୨୦୦୯ ଅଇଲା, ୨୦୧୮ରେ ତିତିଲି, ୨୦୨୧ରେ ଗୁଲାବ ଭଳି ବାତ୍ୟାକୁ ସମ୍ମୁଖୀନ କରିଛି ଓଡିଶା। ତେବେ ଲା ନିନା ପ୍ର୍ରଭାବରେ ପ୍ରାକ୍ ମୌସୁମୀ ଋତୁରେ ମଧ୍ୟରେ ଅନେକ ବାତ୍ୟାକୁ ସମ୍ମୁଖୀନ କରିଛି ଓଡିଶା। ୨୦୧୯ ରେ ଆସିଥିବା ଫନି, ୨୦୨୦ରେ ଅମ୍ପନ, ୨୦୨୧ର ୟସ ଭଳି ବାତ୍ୟା ମଧ୍ୟ ଲା-ନିନା ବର୍ଷରେ ସୃଷ୍ଟି ହୋଇଛି ଓ ଏହାଦ୍ବାରା ଓଡ଼ିଶା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ..

Odisha Cyclones
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ