Advertisment

ତାତିରୁ ତ୍ରାହି ନାହିଁ; ଦିନ ୨ଟା ସୁଦ୍ଧା ୪୦ ଉପରେ ୮ ସହର

ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ।  ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ତାତିରୁ ତ୍ରାହି ନାହିଁ। ଆସନ୍ତାକାଲି ପାଇଁ ୨୪ ଜିଲ୍ଲାକୁ ହିଟୱେଭ ଓ ଗୁଳିଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅଦ୍ୟତନ ହୋଇଛି
Heat Wave In Odisha

Heat Wave

Advertisment

ଆଜି ବି ଜଳିଲା ସାରା ରାଜ୍ୟ। ଦିନ ସାଢ଼େ ୨ଟା ସୁଦ୍ଧା ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ତେବେ ୪୧.୭ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହା ପଛକୁ ରହିଛି ଚାନ୍ଦବାଲି। ଏଠାରେ ପାରଦ ରହିଛି ୪୧.୪ ଡିଗ୍ରୀ। ସେହିପରି ଝାରସୁଗୁଡାରେ ୪୧.୪, ହୀରାକୁଦରେ ୪୧, ସମ୍ବଲପୁରରେ ୪୦.୮, ରାଉରକେଲାରେ ୪୦.୬, ବାଲେଶ୍ୱରରେ ୪୦.୪, କେନ୍ଦୁଝରରେ କେନ୍ଦୁଝର ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Advertisment

ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ।  ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ତାତିରୁ ତ୍ରାହି ନାହିଁ। ଆସନ୍ତାକାଲି ପାଇଁ ୨୪ ଜିଲ୍ଲାକୁ ହିଟୱେଭ ଓ ଗୁଳିଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୯ ଓ ୨୦ ତାରିଖ ପାଇଁ ୪ ଜିଲ୍ଲାକୁ ହିଟୱେଭ୍‌ ୱାର୍ଣ୍ଣିଂ ଜାରି ହୋଇଛି। ତେବେ ଆସନ୍ତା ୨ ଦିନ ପାଇଁ ୩ ଜିଲ୍ଲାକୁ ସିଭିୟର ହିଟୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। କେବଳ ଦିନ ନୁହେଁ ରାତିର ତାପମାତ୍ରା ମଧ୍ୟ ଅଧିକ ରହିବ ବୋଲି ପାଣିପାଗ ବିଭାଗ କହିଛି। ତେବେ ୨୨ ତାରିଖ ପରଠାରୁ ପାଣିପାଗ ବଦଳିବାର ସମ୍ଭାବନା ଥିବା ପାଣିପାଗ କହିଛି।

ଅଧିକ ପଢ଼ନ୍ତୁ: ପ୍ରବଳ ଖରା ପାଇଁ ଛୁଟି କରିଦେଲେ ସରକାର, ୩ ଦିନ ପାଇଁ ବନ୍ଦ ରହିବ ସ୍କୁଲ

Advertisment

ସେପଟେ ତାପମାତ୍ରା ବଢ଼ିବା ଯୋଗୁଁ ୩ ଦିନ ସ୍କୁଲ ବନ୍ଦ କରାଯାଇଛି। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏପ୍ରିଲ ୧୮ରୁ ୨୦ ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ। ଆସନ୍ତା ୩ ଦିନ ଯାଏଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି।

ସେପଟେ ସକାଳୁ ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସିଝିଲାଣି ସାରା ରାଜ୍ୟ। ସକାଳ ସାଢ଼େ ୮ରେ ୩୪ ଡିଗ୍ରୀ ଟପିଲାଣି ଅନେକ ସ୍ଥାନର ତାପମାତ୍ରା। ଗତକାଲି ସକାଳେ ୮ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପାମାତ୍ରା ୩୨.୬ ରେକର୍ଡ କରାଯାଇଥିବା ବେଳେ ଆଜି ସେହି ସମୟରେ ରାଜଧାନୀର ତାପମାତ୍ରା ୩୩.୪ ଡିଗ୍ରୀ ଛୁଇଁଛି।

Advertisment
Heat Wave Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ