SRC Pressmeet
ବନ୍ୟା ସ୍ଥିତି ଓ ତାର ମୁକାବିଲା ପ୍ରସ୍ତୁତି ନେଇ SRC ଦେଲେ ସୂଚନା । କହିଲେ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିଛି । ପଶ୍ଚିମବଙ୍ଗର ଦୀଘା ନିକଟରେ ଏହା ସ୍ଥଳଭାଗ ଅତିକ୍ରମ କରିଛି । ଏବେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଏହାର ପ୍ରଭାବରେ ଉତ୍ତର ବାଲେଶ୍ୱରରେ ବର୍ଷା ଲାଗି ରହିଛି ।
ସେହିଭଳି ମୟୂରଭଞ୍ଜ ଓ ଭଦ୍ରକରେ ମଧ୍ୟ ବର୍ଷା ଜାରି ରହିଛି । ଆସନ୍ତାକାଲି ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହେବ ବୋଲି SRC ସୂଚନା ଦେଇଛନ୍ତି । ଏମିତିକି ଜିଲ୍ଲାପାଳମାନଙ୍କୁ ଏନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ବାଲେଶ୍ୱରକୁ ୨ NDRF ଓ ୨ଟି ଓଡ୍ରାଫ୍ ଟିମ୍ ପଠାଯାଇଛି । ବାଲେଶ୍ୱରରେ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ତଳିଆ ଅଞ୍ଚଳରୁ ଅଧିକାଂଶ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା SRC ସୂଚନା ଦେଇଛନ୍ତି ।
ଅନ୍ୟପଟେ ମୁଣ୍ଡଳିରେ ଜଳସ୍ତର ଧିରେ ଧିରେ କମୁଛି । ମହାନଦୀରେ ଜଳସ୍ତର ବୃଦ୍ଧିର ଆଶଙ୍କା ନାହିଁ ବୋଲି କହିଛନ୍ତି SRC । ଏମିତିକି ଆଉ କୌଣସି ଠାରେ ନୂଆ ଘାଇ ସୃଷ୍ଟି ହୋଇନଥିବା ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651844978.jpg)