Advertisment

ଆହୁରି ବଢିବ ତାତି:୧୦ ଜିଲ୍ଲାକୁ ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ

ରାଜ୍ୟରେ ଆହୁରି ବଢିବ ତାତି । ଆସନ୍ତା ୫ ଦିନ ପାଇଁ ୧୦ ଜିଲ୍ଲାକୁ ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ । ୨୭ ଓ ୨୮ ତାରିଖରେ ହେବ ଅସମ୍ଭାଳ ତାତି ।

ଅଦ୍ୟତନ ହୋଇଛି
heat wave alert in odisha

weather

Advertisment

ରାଜ୍ୟରେ ତାତିରୁ ମିଳିବନି ନିସ୍ତାର । ଆଗାମୀ ୫ ଦିନ ରାଜ୍ୟରେ ତାତି ଆହୁରି ବଢ଼ିବ। ୨୭-୨୮ ତାରିଖ ବେଳକୁ ମୟୂରଭଞ୍ଜ, ବୌଦ୍ଧ, ଖୋର୍ଦ୍ଧା, ଜଗତସିଂହପୁର, ସୁବର୍ଣ୍ଣପୁର, ନୂଆପଡ଼ା, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି, ବାଲେଶ୍ବର ଭଳି ୧୦ ଜିଲ୍ଲାରେ ସିଭିୟର ହିଟ୍ ୱେଭ୍ ଦେଖିବାକୁ ମିଳିବ।

Advertisment

ଖାଲି ସେତିକି ନୁହେଁ, ଏହି ସମୟରେ ଗଜପତି, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବାର ସମ୍ଭାବନା ରହିଛି।

କଳାହାଣ୍ଡି ହେଉ କି ବାରିପଦା ସବୁଠି ଖରାର ତାଉ ବଢିପାରେ। ୭ ଜିଲ୍ଲାରେ ପାରଦ ୪୫ ଡିଗ୍ରୀ ଟପିବ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି, ଗତ ୯ ଦିନ ହେଲା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।

Advertisment

ଅଧିକ ପଢ଼ନ୍ତୁ: ଆଗକୁ ଅଗ୍ନିପିଣ୍ଡୁଳା ପାଲଟିବ ଓଡ଼ିଶା ! ୫ ଦିନ ପାଇଁ ୧୦ ଜିଲ୍ଲାକୁ ସତର୍କବାଣୀ

ସେପଟେ ଚଳିତ ବର୍ଷ ୧୬ ଜିଲ୍ଲାରୁ ଆସିଲାଣି ଅଂଶୁଘାତଜନିତ ସୂଚନା । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ତରଫରୁ ସୂଚନା ମିଳିଛି । ଅଂଶୁଘାତ ଓ ତାତି ଜନିତ ସମସ୍ୟା ପାଇଁ ୮୯ ଜଣ ମେଡିକାଲରେ ଭର୍ତ୍ତି ହୋଇସାରିଲେଣି ।

Advertisment

ଏହାଛଡ଼ା ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରେ ପ୍ରକୋପ ଦେଖାଇଛି କାଳବୈଶାଖୀ। ଅଚାନକ ମାଡି ଆସିଲା ବର୍ଷା ପବନ ।  କାଳବୈଶାଖୀ।ର ପ୍ରଭାବରେ ଏତେ ଜୋରରେ ପବନ ବହିଥିଲା ଯେ ଲୋକଙ୍କ ଚାଳ ଛପର ଉଡ଼ାଇବା ସହ ଭାଙ୍ଗିଛି ବଡ଼ ବଡ଼ ଗଛ।  ମାତ୍ର ୫ ମିନିଟରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି କାଳବୈଶାଖୀ।

ସେପଟେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନୂଆସୋମେଶ୍ୱରପୁର ଅଞ୍ଚଳରେ ଅପରାହ୍ଣରେ ବିଜୁଳି, ଘଡଘଡି ସହ ବର୍ଷା ପବନ ହୋଇଛି। କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ତାତି ଓ ଗୁଳୁଗୁଳିରୁ ଆଶ୍ବସ୍ତି ଆଣି ଦେଇଛି।

Heat Wave Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ