Monsoon Arrived Over Andaman Sea
ଆଣ୍ଡାମାନ ଛୁଇଁଲା ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗରରେ ପ୍ରବେଶ କରିଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଚଳିତ ବର୍ଷ ସ୍ୱାଭାବିକ ସମୟ ପୂର୍ବରୁ କେରଳ ଉପକୂଳରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ(IMD) ପୂର୍ବାନୁମାନ କରିଛି।
ମେ ୨୭ ତାରିଖରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ ବୋଲି ଆକଳନ କରାଯାଇଛି। ସାଧାରଣତଃ ଜୁନ୍ ୧ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥାଏ। ହେଲେ ଏଥର ପାଗ ଅନୁକୂଳ ଥିବାରୁ ଆଗୁଆ ଆସିବ ବୋଲି ଅନୁମାନ କରାଯାଉଛି।
ସେହିପରି ଆନ୍ଧ୍ରର ରୟାସଲୀମାରେ ଜୁନ୍ ୧ ଓ ଓଡ଼ିଶାରେ ଏହାର ୧ ସପ୍ତାହରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିଛିଦିନ ପୂର୍ବରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅସାନି ବାତ୍ୟା ଯୋଗୁ ମୌସୁମୀ ବାୟୁ ଆସିବା ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652693242.jpg)