Advertisment

କାଲିଠୁ ରାଜ୍ୟରେ ବଢିବ ଶୀତ, ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ

ରାତ୍ରି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ।

ଅଦ୍ୟତନ ହୋଇଛି
Odisha Winter Update

cold wave

Advertisment

ଭୁବନେଶ୍ୱର: କାଲିଠାରୁ ରାଜ୍ୟରେ ବଢିବ ଶୀତ। ଶୁକ୍ରବାର ଠାରୁ ରାଜ୍ୟରେ ଶୀତର ମାତ୍ରା ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଏବଂ ଶୁଷ୍କ ବାୟୁ  ପ୍ରବାହିତ ହେଉଛି। ଏହାର ପ୍ରଭାବରେ ତାପମାତ୍ରା ତଳକୁ ଖସିବା ସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ସମ୍ଭାବନା ନେଇ ସତର୍କ କରିଛି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର।

Advertisment

କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସୋନପୁର ଓ ବଲାଙ୍ଗିର ଜିଲ୍ଲାରେ ଶୀତ ଲହରୀ ସମ୍ଭାବନା ରହିଛି। ରାତ୍ରି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଶୀତର ପ୍ରଭାବ ରହିବା ସମ୍ଭାବନା ରହିଛିି। ବର୍ତ୍ତମାନ ଆକାଶ ଆଂଶିକ ମେଘାଚ୍ଛନ ରହିବ। କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି।

Advertisment

ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡିର ମଧ୍ୟ ସମ୍ଭାବନା ରହିଛି। ୨ଶହ ମିଟରରୁ ୫୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ରହିପାରେ। ଘନ କୁହୁଡି ସମ୍ଭାବନାକୁ ନେଇ ଜଗତସିଂହପୁର,କଟକ, ନୟାଗଡ଼, କନ୍ଧମାଳ, ଗଂଜାମ, ଗଜପତି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

Weather Forecast Weather In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ